Bikash Khabar
ଓଡ଼ିଶା ସମୁଦ୍ର ଉପକୂଳ ସୁରକ୍ଷାରେ ସାମିଲ ହେଲା ‘ବିଜୟ’

ଓଡ଼ିଶାର ସମୁଦ୍ର ଉପକୂଳ ସୁରକ୍ଷା ପାଇଁ ଭାରତୀୟ ତଟରକ୍ଷୀ ବାହିନୀରେ ଆଉ ଏକ ପାଟ୍ରୋଲିଂ ଜାହାଜ ‘ବିଜୟ’କୁ ସାମିଲ କରାଯାଇଛି । ଏହି ଜାହାଜ ଭାରତୀୟ ଜ୍ଞାନ କୌଶଳରେ ତିଆରି ହୋଇଛି । ୨୧ ଶହ ଟନ୍ ଓଜନର ଏହି ଜାହାଜ ୫ ହଜାର ଲିଟର ଡ଼ିଜେଲ ଧାରଣ କ୍ଷମତା ରଖିଛି । ଘଣ୍ଟାପ୍ରତି ୪୬.୮ କିମି ବେଗରେ ଯିବା ସହ ନିରବଚ୍ଛିନ୍ନ ଭାବେ ଏହା ସମୁଦ୍ର ବକ୍ଷରେ ୯ ହଜାର କିମି ଯାତ୍ରା କରିପାରିବ । ଏଲଆଣ୍ଡଟି କମ୍ପାନୀ ଏହି ଜାହାଜକୁ ତିଆରି କରିଛି ।
ବାତ୍ୟା, ସୁନାମୀ, ବନ୍ୟା ଆଦି ପ୍ରାକୃତିକ ବିପତ୍ତିରେ ପଡ଼ିଥିବା ମତ୍ସ୍ୟଜୀବିଙ୍କୁ ଉଦ୍ଧାର ଦିଗରେ ଏହା ସହାୟକ ହେବ ବୋଲି କୋଷ୍ଟଗାର୍ଡ଼ ପକ୍ଷରୁ କୁହାଯାଇଛି । ଗତ ବର୍ଷ ଓଡ଼ିଶାର ତଟରକ୍ଷା ଦିଗରେ ସାମିଲ ହୋଇଥିବା ପାଟ୍ରୋଲିଂ ଜାହାଜ ସୁଜୟ ସହିତ ମିଶି ବିଜୟ ଏବେ ତଟରକ୍ଷା କରିବ । ଏହି ଜାହାଜରେ କମାଣ୍ଡିଂ ଅଫିସରଙ୍କ ସହ ୧୨ ଅଫିସର ଓ ୯୧ ଜଣ ଯବାନ ମୂତୟନ ହେବେ । 
 

05/10/2018

Leave a Reply

Your email address will not be published. Required fields are marked *

Comments