Bikash Khabar
ମହୁମାଛି ପାଳନରୁ ଜୀବିକା ପାଇଛନ୍ତି ଗାଁ ଚାଷୀ

ବିହାର, ତାମିଲନାଡ଼ୁ, କେରଳ, ମଧ୍ୟପ୍ରଦେଶ ଓ ଆମ ଓଡ଼ିଶାର କେତେକ ଅଂଚଳରେ ମହୁମାଛି ପାଳନ ସଫଳତାର ସହ କରାଯାଉଛି । ଫସଲ, ଜଳବାୟୁ ଏବଂ ଗଛଲତା ମହୁମାଛିଙ୍କୁ ସୁହାଉଥିବାରୁ ସବୁଠୁ ଅଧିକ ମହୁ ଉତ୍ପାଦନ ହୋଇଥାଏ ।

ଓଡ଼ିଶା, ବିହାର ଏବଂ ଦେଶର ଅନ୍ୟ କେତେକ ରାଜ୍ୟରେ ଡ଼ିସେମ୍ବରରୁ ଜୁଲାଇ ପର୍ଯ୍ୟନ୍ତ ମହୁ ସଂଗ୍ରହ ହୋଇଥାଏ । ନଭେମ୍ବର ଠାରୁ ଫେବୃଆରୀ ପର୍ଯ୍ୟନ୍ତ ମହୁମାଛି ମାନେ ସୋରିଷ କ୍ଷେତରେ ପରାଗସଙ୍ଗମ କରନ୍ତି । ଶୀତଋତୁରେ ଅନେକ ପ୍ରକାର ବନଜ ଫୁଲ ଫୁଟୁଥିବାରୁ ସେ ସମୟରେ ମହୁ ସଂଗ୍ରହ ଅଧିକ ହୋଇଥାଏ । ଆମ ରାଜ୍ୟରେ ମୟୂରଭଞ୍ଜର ଶିମିଳିପାଳ, କୋରାପୁଟ, କେନ୍ଦୁଝର ଜିଲ୍ଲାରୁ ବ୍ୟାପକ ପରିମାଣର ମହୁ ସଂଗ୍ରହ ହୋଇଥାଏ । ରାଜ୍ୟର ଅନେକ ଅଂଚଳରେ ଚାଷୀମାନେ ଇଟାଲିୟନ ମହୁମାଛି ଅଧିକ ପରିମାଣରେ ପାଳନ କରିଥାନ୍ତି ।
ଔଷଧୀୟ ପ୍ରସାଧନିକ ଓ ଖାଦ୍ୟ ମୂଲ୍ୟ ଥିବାରୁ ବଜାରରେ ୧ କିଗ୍ରା ମହୁର ଦାମ ୩୦୦ରୁ ୪୦୦ ଟଙ୍କା ଦରରେ ବିକ୍ରୀ ହୋଇଥାଏ । ଗୋଟିଏ ବାକ୍ସରୁ ଅନ୍ତତଃ ବାର୍ଷିକ ୪୦ କେଜି ମହୁ ସଂଗ୍ରହ ହୋଇଥାଏ । ଏପରି ଭାବେ ଦେଖିଲେ ଖୁବ୍ କମ୍ ଯାଗାରେ କମ୍ ମେହନତିରେ ଅଧିକ ରୋଜଗାର ଦେଉଥିବା ଚାଷ ମଧ୍ୟରୁ ମହୁମାଛି ପାଳନ ଅନ୍ୟତମ । ଯଦି ଜଣେ ନିଜ ଘର ବାଡ଼ିପଟରେ ୧୦ଟି ମହୁ ବାକ୍ସ ରଖନ୍ତି ତେବେ ଏଥିପାଇଁ ସମୁଦାୟ ୩୫ ହଜାର ଟଙ୍କା ହେବ ଏବଂ ପ୍ରତି ବଦଳରେ ଗୋଟିଏ ବାକ୍ସରୁ ୪୦ କେଜି ହିସାବରେ ୧୦ଟି ବାକ୍ସରୁ ୪୦୦ କେଜି ମହୁ ସଂଗୃହିତ ହେବ । ୩୫୦ ଟଙ୍କା କେଜି ପ୍ରତି ଦରରେ ବିକ୍ରୀ ହେଲେ ମୋଟ ୧,୪୦,୦୦୦ ଟଙ୍କାର ଆୟ ମିଳିପାରିବ ।
 

08/11/2018

Leave a Reply

Your email address will not be published. Required fields are marked *

Comments