Bikash Khabar
କୁଟନିପଦରର କଥା ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ନିର୍ମାଣ କଲେ ଗାଁ ରାସ୍ତା

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଡ଼ଡ଼ୁରାଲ ପଂଚାୟତର କୁଟନିପଦର ଗାଁ । ନବୀନ ସରକାରଙ୍କ ବିକାଶର ଆଲୁଅ ପହଂଚିନି ଏଠାରେ । ଶିକ୍ଷା ସଶକ୍ତିକରଣ ତ ଦୂରକଥା ବାରମ୍ବାର ଦାବୀ ସତ୍ୱେ ଗାଁ ପାଇଁ ସବୁଦିନିଆ ସଡ଼କଟିଏ ନିର୍ମାଣ ବି କରାଯାଇପାରିନି । ପାଦଚଲା ରାସ୍ତାରେ ଗର୍ଭବତୀଙ୍କୁ ଭାରରେ ବୋହୁଥିବା ଗ୍ରାମବାସୀମାନେ ଅନେକ ଥର ନିଜ କଷ୍ଟକୁ ପ୍ରଶାସନର ନଜରକୁ ଆଣି ସୁଫଳ ପାଇନାହାନ୍ତି । କୁଟନିପଦର ଠାରୁ ୮ କିମି ଦୂର ସାନଡ଼ୁରାଲ ପର୍ଯ୍ୟନ୍ତ ଗ୍ରାମ ରାସ୍ତା ସମ୍ପୂର୍ଣ୍ଣ ଆବୁଡ଼ା ଖାବୁଡ଼ା । ଏହାର ଦୁଃଖକୁ ନିତି ସାମ୍ନା କରୁଥିବା ଗ୍ରାମବାସୀ ସମାଧାନ ପାଇଁ ନିଜେ ଆଗେଇ ଆସିବା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

କୁଟନିପଦର ଗ୍ରାମବାସୀ ଏକାଠି ହୋଇ  ୮ କିମି ଗ୍ରାମ ରାସ୍ତାର ଭୂଗୋଳ ବଦଳାଇ ଦେଇଛନ୍ତି । ଲୋକେ ଶ୍ରମଦାନ କରି ସମତଳ କରିଛନ୍ତି । ଗାଁ ଭିତରକୁ ଆମ୍ବୁଲାନ୍ସଟିଏ ଯେଭଳି ଚାଲିଆସିବ ବ୍ୟବସ୍ଥା କରାଇଛନ୍ତି । ଲୋକ ଶ୍ରମଦାନ କରି ସମତଳ କରିଥିବା ସଡ଼କଟିକୁ ପିଚୁ କରାଯିବା ନେଇ ଦାବି ହେଉଛି । 
 

07/01/2019

Leave a Reply

Your email address will not be published. Required fields are marked *

Comments