Bikash Khabar
ସରକାର ପାରିଲେନି : ଗ୍ରାମବାସୀ ସଜାଡ଼ିଲେ ୧୦ ବର୍ଷର ଅସଜଡ଼ା କେନାଲ, ୭ ଗ୍ରାମର ୩୦୦ ପରିବାର ପାଇବେ ଲାଭ

 ଶ୍ରୀନିକେତା ଗ୍ରାମ ପଂଚାୟତର ବାହାନ ଜାର୍ଗି ଗାଁରେ ଏକ ଭଲ ଖବର ସାମ୍ନାକୁ ଆସିଛି । ତିନୋଟି ଗ୍ରାମର ଗ୍ରାମବାସୀ ଏକାଠି ହୋଇ ଶ୍ରମଦାନ ଜରିଆରେ ୧୦ ବର୍ଷ ତଳୁ ପୋତି ହୋଇପଡ଼ିଥିବା ଏକ କେନାଲରୁ ପୁନଃରୁଦ୍ଧାର କରିଛନ୍ତି । ସୁଲୁମାହା, ଡ଼ାବୁଲମାହା ଓ ତେରାବାଡ଼ି ଗ୍ରାମବାସୀଙ୍କ ଶ୍ରମଦାନ ଫଳରେ ପୋତି ହୋଇପଡ଼ିଥିବା କେନାଲଟି ନୂଆ ରୂପ ପାଇଛି । ଏବେ ସୁଲୁମାହା, ଡ଼ାବୁଲ ମାହା, କେରାବାଡ଼ି, କନାତବାଡ଼ି, ଜାରିକୁଟି, ସମାବାନ୍ଦା ଓ ସିମନବାଡ଼ି ଆଦି ୭ଟି ଗ୍ରାମର ୩୦୦ ପରିବାରର ଚାଷ ଜମିରେ ସେଚ ସୁବିଧା ପହଂଚିବ ବୋଲି ଶ୍ରମଦାନକାରୀଙ୍କ ପକ୍ଷରୁ ଆନ୍ଦ୍ରିୟ ପ୍ରଧାନ, ବାତା ପ୍ରଧାନ, ଅଜିତ ପ୍ରଧାନ ପ୍ରମୁଖ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଦାରିଙ୍ଗିବାଡ଼ି ବ୍ଲକ ଶ୍ରୀନିକେତା ପଂଚାୟତରେ ଥିବା ବାହାନ ଜାର୍ଗି ଚେକ୍ ଡ଼୍ୟାମ୍ ଠାରୁ ଡ଼ାବୁଲମାହା ଗ୍ରାମ ପର୍ଯ୍ୟନ୍ତ ତିନି କିମି ଦୈର୍ଘ୍ୟ ବିଶିଷ୍ଟ କେନାଲ ୧୦ ବର୍ଷ ତଳୁ ପୋତି ହୋଇପଡ଼ିଥିଲା । ଲୋକେ ପ୍ରଶାସନକୁ କହି କହି ଥକି ପଡ଼ିଥିଲେ । କେନାଲର ପୁନଃରୁଦ୍ଧାର ପାଇଁ ପ୍ରଶାସନ ଶୁଣିନଥିଲା । ଶେଷରେ ଖବର ପହଂଚିଲା ସ୍ଥାନୀୟ ସାମାଜିକ ସଂଗଠନ ସବୁଜବୈଦ୍ୟ ସଂଘର ମୁଖ୍ୟ ଦୀନବନ୍ଧୁ ମହାରଣାଙ୍କ କାନରେ । ଦୀନବନ୍ଧୁ ମହାରଣା ତାଙ୍କ ସହଯୋଗୀ ନରେଶ ପ୍ରଧାନ ଓ ପ୍ରେମଚାନ୍ଦ ପ୍ରଧାନ ପ୍ରମୁଖ ଗ୍ରାମବାସୀଙ୍କୁ ଶ୍ରମଦାନ ପାଇଁ ପ୍ରବର୍ତ୍ତାଇ ସଫଳ ହେଲେ । ନୂଆଦିଲ୍ଲୀର ଗୁନି ନାମକ ସଂଗଠନ ସହଯୋଗର ହାତ ବଢାଇ ଦେଲା । ଏବେ କେନାଲଟି ପୁନଃରୁଦ୍ଧାର ହେବା ସହ ଚାଷୀଙ୍କ ମନରେ ଆଶା ଜଗାଇଛି । 

05/07/2018

Leave a Reply

Your email address will not be published. Required fields are marked *

Comments