Bikash Khabar
ଏକତାର ସ୍ୱର, ୫୦ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ମାତରଂ ଗାନ

ସୁସଜ୍ଜିତ ଭାବେ ଠିଆ ହୋଇଥିଲେ । କେତେକଙ୍କ ହାତରେ ଶୋଭା ପାଉଥିଲା ତ୍ରିରଙ୍ଗା । ସାମୂହିକ ଭାବେ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏକାଠି ହୋଇ ସାମୂହିକ ବନ୍ଦେ ମାତରଂ ଗାନ କରି ନୁଆ ଶିହରଣ ସୃଷ୍ଟି କରାଇଥିଲେ । 

ଇନିସିଏଟିଭ ଫର ମୋରାଲ ଆଣ୍ଡ କଲଚରାଲ ଟ୍ରେନିଂ ଫାଉଣ୍ଡେସନର ଏକତାର ସ୍ୱର କାର୍ଯ୍ୟକ୍ରମରେ ଏଭଳି ଦେଶାତ୍ମବୋଧକ ସଂଗୀତ ଗାନ କାର୍ଯ୍ୟକ୍ରମ ଓୟୁଏଟି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ହୋଇଥିଲା । ପରମବୀର ଚକ୍ର, ଯୋଗେନ୍ଦ୍ର ସିଂହ ଯାଦବ କାରଗିଲ ଯୁଦ୍ଧ ଅନୁଭୂତି ବାଣ୍ଟିଥିଲେ । ଟାଇଗର ହିଲସରେ ଭାରତୀୟ ସେନାଙ୍କ ବୀରତା କିଭଳି ଥିଲା ସ୍ମରଣ କରିଥିଲେ । ଦେଶମାତୃକାର ସେବା ପାଇଁ ଉତ୍ସର୍ଗିକୃତ ଭାବନା ଓ ଇଚ୍ଛାଶକ୍ତି ରହିବା ଉପରେ ଯାଦବ ଗୁରୁତ୍ୱାରୋପ କରିଥିଲେ ।
ଦେଶ ପ୍ରେମର ପାବନ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ସାମୂହିକ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଏକ କ୍ଷୁଦ୍ର ଉଦ୍ୟମ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା । ଫାଉଣ୍ଡେସନର ଓଡ଼ିଶା ଅଧ୍ୟକ୍ଷ ଡ଼ଃ ବିମଳେନ୍ଦୁ ମହାନ୍ତି କହିଥିଲେ ଯେ ଦେଶରେ ଦେଶ ପ୍ରେମ, ଭାରତୀୟ ମହାନ ପରମ୍ପରା ଓ ସଂସ୍କୃତି ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି । ପରମ୍ପରାର ପୁନଋଦ୍ଧାର ବର୍ତ୍ତମାନ ସମୟ ପାଇଁ ଅତ୍ୟାବଶ୍ୟକ ବୋଲି କୁହାଯାଇଥିଲା । 
 

13/12/2018

Leave a Reply

Your email address will not be published. Required fields are marked *

Comments