Bikash Khabar
ଅମୃତସର ଟ୍ରେନ ଦୁର୍ଘଟଣା, ରକ୍ତଦାନ ପାଇଁ ଆଗକୁ ଆସିଲେ ସ୍ୱେଚ୍ଛାସେବୀ

ଅମୃତସର ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୪୦  ଆହତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଜୀବନ ସହ ସଂଘର୍ଷ କରୁଛନ୍ତି । ମୃତକଙ୍କ ପାଇଁ ଆଜି ପଞ୍ଜାବରେ ରାଜ୍ୟ ଶୋକ ପାଳନ ହେଉଥିବାବେଳେ ଆହତଙ୍କୁ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ପାଇଁ ଗୁରୁନାନକ ହସ୍ପିଟାଲ, ସିଭିଲ ହସପିଟାଲ, ଶ୍ରୀଗୁରୁ ରାମଦାସ ହସପିଟାଲ ସମେତ କେତେକ ଘରୋଇ ହସପିଟାଲରେ ବ୍ୟବସ୍ଥା କରାଯାଇଛି । ଆହତ ମାନଙ୍କ ପାଇଁ ଆବଶ୍ୟକ ହେଉଥିବା ରକ୍ତଦାନ ପାଇଁ ସ୍ୱେଚ୍ଛାସେବୀମାନେ ଆଗକୁ ଆସିଛନ୍ତି । ଯେଉଁ ଆହତମାନେ ରକ୍ତ ପାଇପାରୁନାହାନ୍ତି ସେମାନଙ୍କ ପାଇଁ ରକ୍ତଦାତା ଓ ଟେଲିଫୋନ ନମ୍ବର ଥାଇ ଏକ ହେଲପଲାଇନ୍ ଖୋଲିଛି । ଏହି ହେଲପଲାଇନ୍ ନମ୍ବରରେ ବର୍ତ୍ତମାନ ସୁଦ୍ଧା ୯୩ ଜଣ ନେଗେଟିଭ ବ୍ଲଡ଼୍ ଗ୍ରୃପ ଡ଼ୋନରଙ୍କ ଫୋନ ନମ୍ବର ରହିଛି । ଆହତଙ୍କ ସଂପର୍କିୟମାନେ ସେ ସବୁ ନମ୍ବରରେ ଯୋଗାଯୋଗ କରି ରକ୍ତ ସଂଗ୍ରହ କରିପାରିବେ ।
ଦୁର୍ଘଟଣାରେ ଆହତମାନଙ୍କୁ ଜୀବନ ଦାନ ପାଇଁ ସରକାରୀ ଓ ବେସରକାରୀ ଭାବେ ତତ୍ପରତା ପ୍ରକାଶ ପାଇଛି । ଏଭଳି ଦୁଃଖଦ ସମୟରେ ଦେବ ଦୂତ ଭଳି ସାମ୍ନାକୁ ଆସୁଥିବା ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । 
 

20/10/2018

Leave a Reply

Your email address will not be published. Required fields are marked *

Comments