Bikash Khabar
ସ୍କୁଲ ପରିବେଶକୁ ସଜାଡ଼ିଲେ ସ୍ୱେଚ୍ଛାସେବୀ

ଚନ୍ଦକା ଜଙ୍ଗଲ କଡ଼ରେ ଥିବା କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ସବୁଜିମାମୟ କରିବା ପାଇଁ ପ୍ରୟାସ କରାଯାଇଛି । ଜଙ୍ଗଲ କଡ଼ରେ ଥିଲେ େଁ ପଡ଼ିଆ ଜମିରେ ଗଢି ଉଠିଥିବା ସ୍କୁଲଟି ନଣ୍ଡା ଦେଖାଯାଉଥିଲା । ଏହାକୁ ନୂଆ ରୂପ ଦେବା ପାଇଁ ଆଗେଇ ଆସିଛନ୍ତି ସ୍ୱେଚ୍ଛାସେବୀ । ନୂଆଦିଲ୍ଲୀର ସାମାଜିକ ସଂଗଠନ ଆଶ୍ରା ସହଯୋଗର ହାତ ବଢାଇ ଦେଇଛି । କନ୍ଦଳେଇ ପ୍ରାଥମିକ ବିଦ୍ୟାଳୟ ଚାରିପଟରେ ୨୦୦ରୁ ଊଦ୍ଧ୍ୱର୍ ଦେବଦାରୁ ବୃକ୍ଷର ଚାରା ରୋପଣ କରାଯାଇଛି ।
ଗଛ ଗୁଡ଼ିକୁ ଯତ୍ନ ନିଆଯିବ ଓ ଏହା ବଡ଼ ହେଲେ ବିଦ୍ୟାଳୟର ପରିବେଶ ସବୁଜିମା ଓ ସୁନ୍ଦର ଦେଖାଯିବା ବୋଲି ସ୍କୁଲର ପ୍ରଧାନଶିକ୍ଷକ ପବିତ୍ର ମୋହନ ନାୟକ କହିଛନ୍ତି । ଆମେ ଚାରାଗୁଡ଼ିକୁ ସ୍କୁଲ ଚାରିପଟେ ବଡ଼ ହେବା ପାଇଁ ଛୋଟ ଉଦ୍ୟମ ଅବଶ୍ୟ କରିବୁ । ଏହା ଆମ ସ୍କୁଲ ପାଇଁ ଦିନେ ଏକ ପରିଚୟ ହେବ ବୋଲି କହିଛନ୍ତି ପଂଚମ ଶ୍ରେଣୀର ଛାତ୍ରୀ ନାରୀ ଗାଗରାଇ ।
ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପ୍ରିୟବ୍ରତ ବ୍ରତ, ଗୋପୀମୋହନ ପଟ୍ଟନାୟକ, ଶଙ୍କର ମହାକୁଡ଼, ପ୍ରଦୀପ୍ତ ରାଉତ, ସତ୍ୟ ସିଂ ପ୍ରମୁଖ ସହଯୋଗ କରିଥିଲେ । 
 

20/09/2018

Leave a Reply

Your email address will not be published. Required fields are marked *

Comments