Bikash Khabar
ମତଦାନ ପାଇ ସଚେତନତା କରିବେ ଦୂତୀ ଚାନ୍ଦ ଓ ୫ ଆଇକନ

ଆଗାମୀ ସାଧାରଣ ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ସଚେତନତା ଓ ନୁଆ ଭୋଟରଙ୍କୁ ମତଦାନ ଦିଗରେ ପ୍ରବର୍ତ୍ତନା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଥଲେଟ ଦୂତୀ ଚାନ୍ଦଙ୍କ ସମେତ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ଆଇକନ ଭାବେ ମନୋନୀତ କରିଛନ୍ତି । ନିର୍ବାଚନ କମିସନ ଅନୁମୋଦନ କରିସାରିବା ପରେ ଏମାନେ ଭୋଟରଙ୍କୁ ସଚେତନତା କରିବେ ।

ଦୂତୀ ଚାନ୍ଦଙ୍କ ସମେତ ଏଥିରେ ପାରା ଆଥଲେଟ ଜୟନ୍ତୀ ବେହେରା, ପାରା ବ୍ୟାଡ଼ମିଣ୍ଟନ ପ୍ରମୋଦ ଭଗତ, ଋତୁରାଜ ମହାନ୍ତି, ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀ ସଂଗୀତା ଓ ଅଭିନେତା ସ୍ୱରାଜଙ୍କୁ ସାମିଲ କରାଯାଇଛି । ଏମାନେ ନୁଆ ତଥା ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ପ୍ରବର୍ତ୍ତାଇବେ ।
ଏହା ବ୍ୟତୀତ ମତଦାନ ପ୍ରତି ସଚେତନତା ସୃଷ୍ଟି ନିମନ୍ତେ ରେଡ଼ିଓ ଓ ଦୂରଦର୍ଶନରେ ଦେଶିଆ, ସମ୍ବଲପୁରୀ ଓ ସାନ୍ତାଳୀ ଭାଷାରେ ଜିଙ୍ଗଲସ ବାଜିବ । ଲୋକନୃତ୍ୟ ପରିବେଷଣ ହେବ ।

12/03/2019

Leave a Reply

Your email address will not be published. Required fields are marked *

Comments