Bikash Khabar
ଭୋଟର ପଞ୍ଜିକରଣ, ଦିବ୍ୟାଙ୍ଗଙ୍କ ପାଇଁ ପଂଚାୟତ ସ୍ତରରେ ହେବ ସ୍ୱତନ୍ତ୍ର କ୍ୟାମ୍ପ

ଯେଉଁ ଦିବ୍ୟାଙ୍ଗମାନେ ଭୋଟର ତାଲିକାଭୁକ୍ତ ହୋଇନାହାନ୍ତି ସେମାନେ ନିଜ ନାମ ଅକ୍ଟୋବର ୫ ତାରିଖ ସୁଦ୍ଧା ପଞ୍ଜିକୃତ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଗ୍ରାମ ପଂଚାୟତରେ ସ୍ୱତନ୍ତ୍ର କ୍ୟାମ୍ପ କରାଯିବ । ସେହି କ୍ୟାମ୍ପରେ ସେମାନଙ୍କୁ ପଞ୍ଜିକୃତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
ଭୋଟର ପଞ୍ଜିକରଣ ପ୍ରକ୍ରିୟାରେ ଯେପରି କୌଣସି ଦିବ୍ୟାଙ୍ଗ ଭୋଟର ବାଦ୍ ନପଡ଼ିବେ ତା ଉପରେ ଗୁରୁତ୍ୱ ଦେବାକୁ ସୁରେନ୍ଦ୍ର କୁମାର କହିଛନ୍ତି । ରାଜ୍ୟର ସବୁ ଜିଲ୍ଲାପାଳମାନେ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରି ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ଦିଗରେ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଭୋଟ ସମୟରେ ପ୍ରତ୍ୟେକ ବୁଥରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସୁଗମ ବ୍ୟବସ୍ଥା କରାଯାଇ ସେମାନଙ୍କର ମତଦାନକୁ ନିଶ୍ଚିତତା କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ପ୍ରତ୍ୟେକ ବୁଥରେ ବୁଥ ଭିତରକୁ ସହଜରେ ପ୍ରବେଶ ପାଇଁ ପ୍ରବେଶ ପଥ, ଗାଡ଼ି ପାର୍କିଂର ସୁବିଧା ଆଦି କରାଯିବ ।  
 

20/09/2018

Leave a Reply

Your email address will not be published. Required fields are marked *

Comments