Bikash Khabar
କଥା କହୁଛି ରାଜଧାନୀର କାନ୍ଥ

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ରାଜଧାନୀର ୧୦ଟି ରୁଟରେ ଚିତ୍ରିତ କରାଯାଉଛି କାନ୍ଥ । ଏଜି ଛକରୁ ରାଜଭବନ, ରାଜଭବନରୁ ପାୱାର ହାଉସ୍ ଛକ, ପାୱାର ହାଉସ୍ ଛକରୁ କଳିଙ୍ଗ ଷ୍ଟାଡ଼ିୟମ, ନାଲକୋ ଛକରୁ ସୈନିକ ସ୍କୁଲ, ସୈନିକ ସ୍କୁଲରୁ ଆଚାର୍ଯ୍ୟ ବିହାର, ଏୟାର ପୋର୍ଟ ଟ୍ରାଫିକ ଛକରୁ ଶିରିପୁର, ଶିଶୁଭବନରୁ କ୍ୟାପିଟାଲ ହସ୍ପିଟାଲ ଛକ, ଆଚାର୍ଯ୍ୟ ବିହାର, ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ନା, ଗୋପବନ୍ଧୁ ଛକରୁ ଡ଼େଲଟା ଛକ ଯାଏଁ କାନ୍ଥରେ ଅଙ୍କା ଯାଉଛି ନାନା ପ୍ରକାର ଚିତ୍ର । ୧୦ଟି ଟିମ୍ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ।

ଓଡ଼ିଶାର ପାରମ୍ପରିକ ବାଦ୍ୟ, ଓଡ଼ିଶୀନୃତ୍ୟ, ଓଡ଼ିଆ ଘରର ପରମ୍ପରା, ଚିତା, ଆଦିବାସୀ କଳା, ଅଲିଭ ରିଡ଼ଲେରୁ  ମାଛ, କଙ୍କଡ଼ା, ଅକ୍ଟୋପସ ଓ ଡ଼ଲଫିନ, ବାଘ, ସିଂହ, କୁମ୍ଭୀର ଓ ମୟୂର ଭଳି ବନ୍ୟ ଜୀବଜନ୍ତୁ, ନାରୀ ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିବା ବ୍ୟକ୍ତି ବିଶେଷଙ୍କ ଚିତ୍ର କାନ୍ଥରେ ଅନେକ କଥା କହିବା ପାଇଁ ଆରମ୍ଭ କରିଛି । ଓଡ଼ିଶାର କୃଷି ପରମ୍ପରା, ପର୍ବପର୍ବାଣୀ, କ୍ରୀଡ଼ା ଓ ସାଂସ୍କୃତିକ ଜୀବନ ଯାତ୍ରାର ଗାଥା ବଖାମୁଛି ଏହି ଚିତ୍ର । ବିଶ୍ୱ ପୁରୁଷ ହକି କପକୁ ଆଉ ମାତ୍ର ଅଳ୍ପ ଦିନ ବାକିଥିବାବେଳେ ଏବଂ ରାଜ୍ୟରେ ପର୍ଯ୍ୟଟନ ଋତୁ ଆସିଯାଇଥିବାବେଳେ ରାଜଧାନୀର କାନ୍ଥରୁ ଏବେ ସାରା ଓଡ଼ିଶାର କଥା ଅନୁଭବ କରି ହେଉଛି । 

 

13/11/2018

Leave a Reply

Your email address will not be published. Required fields are marked *

Comments