Bikash Khabar
ଲୋକାର୍ପଣ ଅପେକ୍ଷାରେ, ବର୍ଜ୍ୟ ବସ୍ତୁରୁ ସ୍ଥାପତ୍ୟ ଉଦ୍ୟାନ

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କଳିଙ୍ଗ ବିହାର ଠାରେ ବିଡ଼ିଏ, ବିଏମସି ଓ ଆର୍ଟିଷ୍ଟ ନେଟୱାର୍କ ପ୍ରମୋଟିଂ ଇଣ୍ଡିଆନ କଲଚର ସହାୟତାରେ ନିର୍ମାଣ ଚାଲିଛି ବର୍ଜ୍ୟ ବସ୍ତୁ ସ୍ଥାପତ୍ୟ ପାର୍କ । ଏହାର ପରିସୀମା ରହିଛି ୫ ଏକର । ୨୧ରୁ ଊଦ୍ଧ୍ୱର୍ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଳାକାର ବର୍ଜ୍ୟବସ୍ତୁକୁ ବ୍ୟବହାର କରି ନିଜ କଳାକୃତିକୁ ପ୍ରଦର୍ଶିତ କରାଇବାର ପ୍ରୟାସରେ ଲାଗି ପଡ଼ିଛନ୍ତି । ବିଶେଷ କରି ଲୌହ ଜନିତ ବର୍ଜ୍ୟବସ୍ତୁରୁ ବାଘ, ସିଂହ, ମୟୂର, ଗୋବର ପୋକ, ପେଚା ଆଦି ଜୀବ ଜନ୍ତୁ ପକ୍ଷୀ ସରିସୃପଙ୍କ କଳାକୃତି ତିଆରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଏହା ଆସନ୍ତା କାଲି ଅର୍ଥାତ ନଭେମ୍ବର ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେବ ।

ଦେଶର ଏହି ପ୍ରଥମ ଆନ୍ତର୍ଜାତୀୟ ସ୍ଥାପତ୍ୟ କଳା ଉଦ୍ୟାନକୁ ସଜାଇବା ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆର୍ଜେଣ୍ଟିନା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ, କାନାଡ଼ା, ବେଲଜିୟମ, ଆୟରଲାଣ୍ଡ ସହିତ ଭାରତର ଅନେକ ଶିଳ୍ପୀ ଯୋଗ ଦେଇଛନ୍ତି । ପର୍ଯ୍ୟଟନ ଓ କଳାର ବିଶେଷତ୍ୱ ବହନ କରୁଥିବା ଏହି ଉଦ୍ୟାନ ବିଶ୍ୱ ପୁରୁଷ ହକିକପ୍ ପୂର୍ବରୁ ରାଜଧାନୀର ଆଉ ଏକ ବିଶେଷତ୍ୱକୁ ବିଶ୍ୱବାସୀଙ୍କ ନିକଟରେ ଉତଥାପିତ କରିବ । 
 

19/11/2018

Leave a Reply

Your email address will not be published. Required fields are marked *

Comments