Bikash Khabar
ଜାତୀୟ ଜଳ ପୁରସ୍କାର ପାଇଲା କୋରାପୁଟ

ମାଟି  ବୁନ୍ଦା ବୁନ୍ଦା  ଜଳ ବିନ୍ଦୁର ସୁଦୁପଯୋଗ କରି କୋରାପୁଟ ଜିଲା  ଜାତୀୟ ଜଳ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରଣାଳୟ  ସଂକ୍ରାନ୍ତରେ ପତ୍ର ଲେଖି ଜିଲା ପ୍ରଶାସନ କୁ ଅବଗତ କରାଇଛି ଚିଠି ପାଇବା ପରେ ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଭବାନୀ ଶଙ୍କର କାରଲୋ ଦିଲ୍ଲୀ ଯାତ୍ରା କରିଛନ୍ତି

ଜଳ ସମ୍ପର୍କିତ କାର୍ୟ୍ୟରେ ନିୟୋଜିତ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ବାରା ଗତ କିଛି ବର୍ଷ ଧରି ଚାଲିଥିବା ନିରନ୍ତର ପ୍ରୟାସର ଫଳ ସ୍ବରୂପ ଏହି ପୁରସ୍କାର ମିଳିଛି ବୋଲି ଭବାନୀ ଶଙ୍କର ମତ ରଖିଛନ୍ତି ଜଳବିଭାଜିକା ପ୍ରକଳ୍ପ ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡିଛି ଯେ କୋରାପୁଟ ଜିଲ୍ଲାରେ ଭୂମି ତଳେ ଉପରେ ବର୍ତ୍ତମାନ ଗଚ୍ଛିତ ଥିବା ଜଳ ଉତ୍ସାହଜନକ ଥିବା ବେଳେ ୨୦୨୫ ବେଳକୁ ଚାଷବାସ ଶିଳ୍ପର ଆବଶ୍ୟକତାକୁ ଆଖିଆଗରେ ରଖିଲେ ଆହୁରି .୦୫୨୪୪ ବିଲିଅନ କ୍ୟୁବିକ ମିଟର(ବିସିଏମ) ଜଳର ଆବଶ୍ୟକତା ରହିଥିବା ଶ୍ରୀ କାଲୋ ସୂଚନା ଦେଇଛନ୍ତି

କୋରାପୁଟ ଜିଲ୍ଲାରେ ଭୂତଳ ଜଳର ପରିମାଣ .୦୬୭୭ ବିସିଏମ ଥିବା ବେଳେ ଭୂମି ଉପର ଭାଗରେ .୦୯୧୦ ବିସିଏମ ରହିଛି   ଯାହାକି  ଭୂତଳ ଜଳସମ୍ପଦ ଠାରୁ ୩୦ ଗୁଣ ଅଧିକା ତେଣୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଥର କୂପ ଖୋଳା ଯିବା ସହିତ  ଚେକ୍ଡ୍ୟାମ ନିର୍ମାଣ କରାଯାଇଛି ଏହାଫଳରେ ପୂର୍ବରୁ କେବଳ ବର୍ଷା ଦିନରେ ଚାଷ କରାଯାଉଥିବା ସ୍ଥାନରେ ଏବେ ବର୍ଷକୁ ଦୁଇ ତିନି ଥର ଚାଷ କରିହେଉଛି ବୋଲି କୋରାପୁଟ ବ୍ଲକ କେନ୍ଦୁଗୁଡାର ଚାଷୀ ମତ ରଖିଛନ୍ତି ଜଳ ସଂରକ୍ଷଣ ଉଚିତ ବ୍ୟବହାର ଫଳରେ ଜିଲ୍ଲାକୁ ମିଳିଥିବା ଜାତୀୟ ଜଳ ପୁରସ୍କାର ଏହି ଦିଗରେ ହେଉଥିବା ପ୍ରୟାସକୁ ଆହୁରି ତ୍ବରାନ୍ବିତ କରିବ ବୋଲି ଶ୍ରୀ କାଲୋ ଆଶା ରଖିଛନ୍ତି

ଏଠାରେ ସୂଚନାଯୋଗ୍ୟ ଯେ ଫେବୃଆରୀ ୨୫ ନୂଆଦିଲ୍ଲୀରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଉଛବ ରେ  ବିଭାଗୀୟ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ପୁରସ୍କାର ପ୍ରଦାନ କରିବେ ବୋଲି କେନ୍ଦ୍ର ଜଳ ସମ୍ପଦ ସଚିବ ଏସ୍‌.କେ. ଜୁନେଜା ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ଭୂତଳ ଜଳ ସମ୍ପଦ ସଂରକ୍ଷଣ ପରିଚାଳନାରେ କୋରାପୁଟ ପାରମ୍ପରିକ ଚାଷୀ ମାନଙ୍କ ଯୋଗଦାନ ଉଲେଖନୀୟ ଜିଲାରେ ନଦୀ ନାଳ ପ୍ରାକୃତିକ ଜଳ ବିଭାଜିକାର ସୁରକ୍ଷା ଲାଭ ଏବେ ଜିଲାକୁ ମିଳିଥିବାରୁ ଆନନ୍ଦ ପ୍ରକାଶ ପାଇଛି

25/02/2019

Leave a Reply

Your email address will not be published. Required fields are marked *

Comments