Bikash Khabar
ବର୍ଜ୍ୟ ଜଳ ହେଉଛି ଚାଷୋପଯୋଗୀ, ଦିନକୁ ବିଶୋଧିତ ହେଉଛି ୩୬ ଲକ୍ଷ ଲିଟର ଦୂଷିତ ଜଳ

ନଗର ଉନ୍ନୟନ ବିଭାଗ ଓ ଜାଇକା ଅନୁଦାନରେ କଟକ ସହରର ଲୋକଙ୍କ ଘରୁ ବାହାରୁଥିବା ବର୍ଜ୍ୟ ଜଳକୁ ବିଶୋଧନ କରି ନଦୀକୁ ଛଡ଼ାଯାଉଛି । ଦିନକୁ ୩୬ ଲକ୍ଷ ଲିଟର ବର୍ଜ୍ୟ ଜଳକୁ ଚାଷୋପଯୋଗୀ ଜଳ ଭାବେ ପରିବର୍ତ୍ତିିତ କରିପାରୁଥିବା ଏହି ପ୍ରକଳ୍ପ ପାଇଁ ସମୁଦାୟ ୧୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

କଟକ ସହରର ବିଡ଼ାନାସୀ, ମଙ୍ଗଳାବାଗ, ବଙ୍ଗାଳୀ ସାହି, ପୁରୀଘାଟ ଆଦି ବାସିନ୍ଦାଙ୍କ ଘରୁ ବାହାରୁଥିବା ବର୍ଜ୍ୟ ଜଳକୁ ଦୁଇ ପ୍ରକାର ଛଣାରେ ଛଣାଯାଇଥାଏ । ପାଣିରେ ଭାସୁଥିବ।। ଆବର୍ଜନାକୁ ଏହି ପ୍ରଣାଳୀରେ ପୃଥକ କରାଯାଏ । ଦ୍ୱିତୀୟ ସ୍ତରରେ ଗ୍ରିଟ ରିମୁଭାଲ ପଦ୍ଧତିରେ ପାଣିରୁ ବାଲିକୁ ଅଲଗା କରାଯାଏ । ପାଣିରେ ଥିବା ଅଠାଳିଆ ମଇଳାକୁ ଅଲଗା କରାଯାଏ । ମଇଳା ନଥିବା ପାଣିରେ ବ୍ୟାକ୍ଟେରିଆ ବଢିବା ପାଇଁ ଅକ୍ସିଜେନ ଛଡ଼ା ଯାଇଥାଏ । ଶେଷରେ କ୍ଲୋରିନ ମିଶ୍ରଣ ହୋଇ ବିଶୋଧିତ କରାଯାଏ । ବିଶୋଧନାଗାରରୁ ବାହାରୁଥିବା ପାଣିକୁ କାଠ ଯୋଡ଼ିରେ ଛଡ଼ାଯାଉଛି । ଏଥିରୁ ବାହାରୁଥିବା ପାଣିରେ ଚାଷ, ବଗିଚା, ଗାଡ଼ି ଓ ଘର ଧୁଆ କାମରେ ବ୍ୟବହାର କରାଯାଇପାରିବ । 
 

01/01/2019

Leave a Reply

Your email address will not be published. Required fields are marked *

Comments