Bikash Khabar
ପଞ୍ଚତାରକା ହୋଟେଲ ମେନୁରେ ଓଡ଼ିଆ ଘରର ପଖାଳ

ଖରା ଯେତେ ଟାଣ ହେବ ସେତେ ଜମିବ ଓଡ଼ିଆ ଘରର ଦହି ପଖାଳ । ପଖାଳ ସାଙ୍ଗକୁ  ପତ୍ରପୋଡ଼ା ଚୂଡ଼ାମାଛ, ବଡ଼ି ଚୁରା, ଆଚାର, ପାମ୍ପଡ଼, ଲଙ୍କା, ଲେମ୍ବୁ ଆଉ ପିଆଜରେ ଉପଶମ ହେବ ଖରାବେଳର ନିଦାଘ ଯାତନା ।

ଦିନେ ଗରିବ ଘରର ସବୁଠୁ ପ୍ରିୟ ପାଲଟିଥିବା ପଖାଳ ଏବେ ଆଉ ଗରିବ ପରିବାରରେ ସୀମିତ ହୋଇରହିନାହିଁ । ପଂଚତାରକା ହୋଟେଲର ମେନ୍ୟୁରେ ସ୍ଥାନ ପାଇଛି ଓଡ଼ିଆ ଘରର ସ୍ୱାଦିଷ୍ଟ ପଖାଳ ।
ସଜ ଘୋଳ ଦହି ସାଙ୍ଗକୁ ଛେଚା ଆମ୍ବକଷିଆ ଅଦା ଓ ଭୁରୁସୁଙ୍ଗା ପତ୍ରର ଛୁଙ୍କ, ପୋଦିନା ଓ ଧନିଆ ଚଟଣି ଦେଇ କେଉଁଠି ପଖାଳ କଂସା ପରଷା ଯାଉଛି ତ କେଉଁଠି ଆଳୁ କଲରା ଭଜା, ମାଛ ଭଜା, ବଡ଼ି ଚୁରା, ଲଙ୍କା, ପିଆଜ, ଲେମ୍ବୁ, ଦହିରେ ମହକିତ ହେଉଛି ପଖାଳ । ପଖାଳ ଚାହିଦା ବଢୁଥିବାରୁ ବିଭିନ୍ନ ହୋଟେଲ ଗୁଡ଼ିକରେ ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ, ଅଦା ପଖାଳ ଓ ଅରୁଆ ପଖାଳ ପରଷା ଯାଉଛି । ଏବେ ଆଉ କେବଳ ଓଡ଼ିଶା ଭିତରେ ସୀମିତ ହୋଇରହିନାହିଁ ନିଦାଘର ଏହି ପ୍ରିୟ ଭୋଜନ । ଆମେରିକା, ଆର୍ଜେଣ୍ଟିନା, ଜର୍ମାନୀରୁ, ଜାପାନ ଯାଏ ସବୁ ଦେଶରେ ପ୍ରିୟ ହେଲାଣି । ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ର ଲୋକେ ପଖାଳ ପ୍ରିୟ ହୋଇଥିବାବେଳେ ନେପାଳ, ମିଆଁମାରରେ ପଖାଳ ପହଂଚିସାରିଛି । ଓଡ଼ିଶାର ବିଭିନ୍ନ ସହରରେ ଖରାଦିନ ଗୁଡ଼ିକରେ ହୋଟେଲରେ ସ୍ୱତନ୍ତ୍ର ପଖାଳ ବ୍ୟଞ୍ଜନ ମିଳୁଥିବାରୁ ଗ୍ରାହକମାନେ ଏହାର ମଜା ଉଠାଇବାରେ ଲାଗିଛନ୍ତି ।

20/03/2019

Leave a Reply

Your email address will not be published. Required fields are marked *

Comments