Bikash Khabar
ଚିତ୍ରଶାଳା ପକ୍ଷରୁ ସ୍ୱାଗତମ୍ ନୂଆବର୍ଷ, ରଙ୍ଗ, ତୂଳୀରେ ଉଦଭାସିତ ହେଲା ଶାନ୍ତି ଓ ପ୍ରେମର ଗାଥା

ବିଦାୟ ନେଉଛି ପୁରୁଣା । ସମୟର ସିଂହାସନରେ ଅଧିଷ୍ଠିତ ହେଉଛି ନୂଆବର୍ଷ । ଏହି ସନ୍ଦିକ୍ଷଣରେ ଚାରିଆଡ଼େ ନୂଆବର୍ଷ ପାଳନକୁ ନେଇ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ ଫେଜ୍-୨ରେ ଥିବା ‘ଚିତ୍ରଶାଳା’ର କୁନି ଚିତ୍ରଶିଳ୍ପୀମାନେ ରଙ୍ଗ, ତୂଳୀରେ ପୁରୁଣା ବର୍ଷର ବିଦାୟ ସହିତ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ସ୍ୱାଗତମ୍ ନୂଆବର୍ଷର ଏହି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ପ୍ରକୃତିର ଶୋଭା ସୌନ୍ଦର୍ଯ୍ୟ ଭିତରେ ସମାଜ କଲ୍ୟାଣ ବାର୍ତା ସହ ଚିତ୍ରମାନ ପ୍ରସ୍ତୁତି କରିଥିଲେ । ସୃଜନଶୀଳତାର ବିକାଶ ପାଇଁ ‘ଚିତ୍ରଶାଳା’ ପକ୍ଷରୁ ଏହିଭଳି ଆୟୋଜନ କରାଯାଇଥିବା ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗଦେଇ ପ୍ରକୃତିକୁ ବୁଝିବାରେ ଏଭଳି ଅନେକ ପର୍ବପର୍ବାଣୀ ଓ ଉତ୍ସବ ଆମକୁ ଅବସର ଦେଇଥାଏ ବୋଲି ମତପ୍ରକାଶ ସହ କୁନି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ‘ଚିତ୍ରଶାଳା’ର ଶିଳ୍ପୀମାନଙ୍କ ଦ୍ୱାରା ନୂଆବର୍ଷର ଶୁଭେଚ୍ଛା ଚିତ୍ରଗୁଡ଼ିକୁ ଶେଷରେ ପ୍ରଦର୍ଶିତ କରାଯାଇଥିଲା । 

 

31/12/2018

Leave a Reply

Your email address will not be published. Required fields are marked *

Comments