Bikash Khabar
ହ୍ୱାଟ୍ସଆପ୍ ଭିଡ଼ିଲା ଅଣ୍ଟା, ମିଛ ଖବର ରୋକିବା ବାଲାଙ୍କୁ ଦେବ ୩୫ ଲକ୍ଷ ଟଙ୍କା

  ମିଛ ଖବର-ଭିଡ଼ିଓକୁ ନେଇ ସରକାର ଚେତାବନୀ ଦେବା ପରେ ମେସେଜିଙ୍ଗ ଆପର ଦୁରୁପଯୋଗ ରୋକିବାକୁ ଅଣ୍ଟା ଭିଡ଼ିଛି ହ୍ୱାଟ୍ସଆପ୍ । ଫେସବୁକର ମାଲିକାନାତ୍ୱରେ ଥିବା ହ୍ୱାଟ୍ସଆପ୍ ଶୁକ୍ରବାର ଦିନ ଏକ ବିବୃତ୍ତି ଜାରୀ କରି କହିଛି ଯେ ସ୍ୱତନ୍ତ୍ର ଗବେଷଣା ଜରିଆରେ ଯେଉଁ ବ୍ୟକ୍ତି ମିଛ ଖବର ଗୁଡ଼ିକୁ ଅଧ୍ୟୟନ କରି ସେସବୁ ଖବର ସଂଖ୍ୟା ହ୍ରାସ କରିବା ଦିଗରେ ପଦକ୍ଷେପ ନେବେ ତାଙ୍କୁ ହ୍ୱାଟ୍ସଆପ୍ ରିସର୍ଚ୍ଚ ଆୱାର୍ଡ଼ ଫର ସୋସିଆଲ ସାଇନ୍ସ ଏଣ୍ଡ ମିସ ଇନଫରମେସନ ନାମରେ ଏକ ଅଭିଯାନ ଆରମ୍ଭ କରିଛି । ଏଥିରେ ଯେଉଁ ଗବେଷଣା କର୍ତ୍ତାଙ୍କୁ ପସନ୍ଦ କରାଯିବ ତାଙ୍କୁ ୩୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ସହ ସଫ୍ଟୱେୟାର ବିକଶିତ କରିବା ଦିଗରେ ସହାୟତା ପ୍ରଦାନ କରାଯିବ । ତାଙ୍କର ଡ଼ିଜାଇନ ହ୍ୱାଟ୍ସଆପ୍, ଫେସବୁକ୍ ନୀତି ନିର୍ଦ୍ଦାରକ ଓ ସଫ୍ଟୱେୟାର ବିଶେଷଜ୍ଞ ମଧ୍ୟରେ ଆଲୋଚନା କରି ସହମତି ଅଣାଯିବ । 

07/07/2018

Leave a Reply

Your email address will not be published. Required fields are marked *

Comments