Bikash Khabar
ସାକ୍ଷୀ ପାଇବେ ସୁରକ୍ଷା

କେନ୍ଦ୍ରସରକାର ତିଆରି କରିଛନ୍ତି ସାକ୍ଷୀ ସୁରକ୍ଷାର ଚିଠା । ଏହି ଚିଠା ଯୋଜନାକୁ ବୁଧବାର ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି । ସଂସଦରେ ଆଇନ ପ୍ରଣୟନ ହେଲେ ଏହା କାର୍ଯ୍ୟକାରୀ ହେବ । ତେବେ ତାହା ପୂର୍ବରୁ ରାଜ୍ୟ ସରକାରମାନେ ଏହାକୁ କାର୍ଯ୍ୟକାରୀ କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି ।

ସାକ୍ଷୀ ମାନେ ବିଚାର ପ୍ରକ୍ରିୟାରେ ଆଖି ଏବଂ କାନ । ଅପରାଧିଙ୍କୁ ଆଇନର କାଠଗଡାକୁ ଆଣି ଦଣ୍ଡିତ କରିବାରେ ସାକ୍ଷୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନଙ୍କ ସୁରକ୍ଷା ଲାଗି ପ୍ରଥମ ଥର ପାଇଁ କେନ୍ଦ୍ରସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ସାକ୍ଷୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାର ବ୍ୟବସ୍ଥା ଏହି ଚିଠାରେ ରହିଛି । ଯୋଧପୁର ଜେଲରେ ଥିବା ଆଶାରାମବାପୁ ସଂପୃକ୍ତ ବଳାକ୍ରାର ମାମଲାରେ ସାକ୍ଷୀଙ୍କୁ ସୁରକ୍ଷା ପାଇଁ ଆସିଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ବେଳେ ସାକ୍ଷୀ ସୁରକ୍ଷା କଥା ଉଠିଥିଲା । ଦେଶର ବହୁ ସମ୍ବେଦନଶୀଳ ମାମଲା ଗୁଡ଼ିକର ପ୍ରମୁଖ ସାକ୍ଷୀମାନଙ୍କ ଜୀବନ ଚାଲିଯାଇଥିବାର ନଜିରକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏକ ଚିଠା ଯୋଜନା ତିଆରି କରିଥିଲେ । ଏହି ଚିଠା ପ୍ରସ୍ତୁତିରେ ସମସ୍ତ ରାଜ୍ୟ ସହ ଆଲୋଚନା ହୋଇଛି ଏବଂ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ଏବଂ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡ଼େଭଲପମେଣ୍ଟର ପରାମର୍ଶ ମଧ୍ୟ ନିଆଯାଇଥିବା ଜଣାଯାଇଛି । 
 

06/12/2018

Leave a Reply

Your email address will not be published. Required fields are marked *

Comments