Bikash Khabar
ବନ ସୁରକ୍ଷାରେ ନିୟୋଜିତ ହେବେ ମହିଳା ସ୍ୱୟଂ ସହାୟକ ଦଳ

ବନ ସୁରକ୍ଷା ଓ ବନଜାତ ଦ୍ରବ୍ୟର ବିକ୍ରିବଟ୍ଟା ଦିଗରେ ମହିଳା ସ୍ୱୟଂ ସହାୟକ ଦଳ ଗୁଡ଼ିକୁ ନିୟୋଜିତ କରାଯିବ । ଗୁରୁବାର ଓଡ଼ିଶା ବନାଂଚଳ ଉନ୍ନୟନ ସମାଜ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ମିଳନୀ ଅବସରରେ ଯୋଗଦେଇ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ବିଗତ ଏକ ଦଶନ୍ଧି ମଧ୍ୟରେ ଏକ ଲକ୍ଷ ହେକ୍ଟର, ଜଙ୍ଗଲ ସୃଷ୍ଟି କରାଯାଇପାରିଛି । ଯାହା ଜାତୀୟ ସ୍ତରରେ ସବୁଠାରୁ ଅଧିକ । ୧୪ଟି ବନଖଣ୍ଡରେ ବନ ସୁରକ୍ଷା ପାଇଁ ଗଠିତ ୧୨୦୦ ବନ ସୁରକ୍ଷା ସମିତିର ସଦସ୍ୟ ଏବଂ ବନ କର୍ମଚାରୀଙ୍କର ଉଦ୍ୟମ ଫଳରେ ଏହି ସଫଳତା ମିଳିଥିବା ମୁଖ୍ୟ ବନ ସଂରକ୍ଷକ କହିଛନ୍ତି । ଜନଗଣଙ୍କୁ ଜଙ୍ଗଲର ଅଧିକ ନିକଟତର କରାଯାଇପାରିଲେ ସଫଳତା ହାର ଅଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସାମିଲ ପାଇଁ ପ୍ରତି ବନ ଖଣ୍ଡରେ ୩ଟି ମହିଳା ସ୍ୱୟଂ ସହାୟକ ଦଳକୁ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ସୃଷ୍ଟି ଦିଗରେ ନିୟୋଜନ କରାଯାଉଛି । ବନଜାତ ଦ୍ରବ୍ୟର ବିପଣନ ଦିଗରେ ଏସଏଚଜି ମାନଙ୍କୁ ଦାୟିତ୍ୱାର୍ପଣ ଦିଆଯିବା ସେ କହିଥିଲେ । ଶ୍ରୀ ତ୍ରିପାଠୀ କହିଥିଲେ ଯେ ପ୍ରଥମ ଥର ପାଇଁ ଆମେ ଭିତରକନିକା ଅଭୟାରଣ୍ୟ ଓ ବାମରା ସଂରକ୍ଷିତ ଜଙ୍ଗଲରେ ଜୈବ ବିବିଧତା ପରିଚାଳନା ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି ।

15/03/2019

Leave a Reply

Your email address will not be published. Required fields are marked *

Comments