Bikash Khabar
ମହିଳା ଏସ୍‌ଏଚ୍‌ଜି କରିବେ ତରଳ ବର୍ଜ୍ୟବସ୍ତୁ ପରିଚାଳନା

 ବ୍ରହ୍ମପୁର, ବାରିପଦା, ସମ୍ବଲପୁର କଟକ ମହାନଗର ନିଗମ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳିଲା ୪ଟି ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ୍ ପରିଚାଳନା ଦାୟିତ୍ବ। ନେଇ ଶୁକ୍ରବାର  ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ବିଭାଗ ଚାରୋଟି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଏସ୍ଏଚ୍ଜି ସଦସ୍ୟାମାନେ ଏଣିକି ଦୈନିକ ପ୍ଲାଣ୍ଟ୍କୁ ଆସୁଥିବା ସେସ୍ପୁଲ୍ଗାଡ଼ିକୁ ନିରୀକ୍ଷଣ କରିବା ସହ ପ୍ଲାଣ୍ଟ୍ରୁ ନିର୍ଗତ ବର୍ଜ୍ୟବସ୍ତୁର ନିୟମାନୁଯାୟୀ ପରିଚାଳନା କରିବେ। ଲୋକସେବା ଭବନରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଆଗରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଜନ ଶୌଚାଳୟ ତଥା ଗୋଷ୍ଠୀ ଶୌଚାଳୟର ରକ୍ଷଣାବେକ୍ଷଣ କାର୍ଯ୍ୟକରି ଆସୁଛନ୍ତି। ପ୍ରଥମ କରି ବିଭାଗ ପକ୍ଷରୁ ଏହି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ସେମାନଙ୍କର ଔଦ୍ୟୋଗିକ ଦକ୍ଷତା, ଅର୍ଥ ଦେଣନେଣର ପୂର୍ବ ଅନୁଭବ ତଥା ପରିମଳ କ୍ଷେତ୍ରରେ କାର୍ଯ୍ୟକରିବାର ଇଚ୍ଛାଶକ୍ତିକୁ ମାନକ ଭାବରେ ନିଆଯାଇଛି।ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଏବେ ୧୦ଟି ସେପ୍ଟେଜ୍ଟ୍ରିଟ୍ମେଣ୍ଟ୍ପ୍ଲାଣ୍ଟ୍ଅଦ୍ୟାବଧି କାର୍ଯ୍ୟକ୍ଷମ ଅଛି। ଭବିଷ୍ୟତରେ ଆଉ ୮୦ଟିରୁ ଅଧିକ ପ୍ଲାଣ୍ଟ୍ସ୍ଥାପନ କରାଯିବ। ୧୧୪ଟି ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏସ୍ଏଚ୍ଜିକୁ ନିୟୋଜିତ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍କହିଛନ୍ତି, ଏହି ଚୁକ୍ତିନାମା ଦ୍ବାରା ପ୍ଲାଣ୍ଟ୍ ଦୈନଦିନ ରକ୍ଷଣାବେକ୍ଷଣ କାର୍ଯ୍ୟ ନିରନ୍ତର କରାଯାଇପାରିବ। ବ୍ରହ୍ମପୁର ମହାନଗର ନିଗମ ସହ ଜଡ଼ିତ ହୋଇ ପରିମଳ କାର୍ଯ୍ୟକୁ ଆଗକୁ ନେବାରେ ସିଏଲ୍ଏଫ୍ଭାଗୀଦାର ହେବା ଏସ୍ଏଚ୍ଜି ସଦସ୍ୟଙ୍କ ପାଇଁ ଖୁସିର କଥା। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପ୍ଲାଣ୍ଟ୍ରେ ଥିବା ବୃକ୍ଷଲତା, ଲନ୍ଘାସର ଉପଯୁକ୍ତି ଯତ୍ନ ନେବେ। ପ୍ଲାଣ୍ଟ୍ପରିସରରେ ଥିବା ଶୁଷ୍କ ଅବଶେଷକୁ ନେଇ ନର୍ସରୀ ସୃଷ୍ଟି କରାଯାଇପାରିବ ବୋଲି ଶ୍ରୀ ମାଥିଭାଥନନ୍ସୂଚନା ଦେଇଛନ୍ତି।

06/06/2020

Leave a Reply

Your email address will not be published. Required fields are marked *

Comments