Bikash Khabar
ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଥମୁନାହିଁ ଜନନୀ ଯନ୍ତ୍ରଣା, ଡ଼ଙ୍ଗାରେ କଲେ ସନ୍ତାନ ପ୍ରସବ

ବିଚ୍ଛିନ୍ନାଂଚଳ ଯୋଡ଼ାମ୍ବ ପଂଚାୟତର ଦୋରାଘାଟ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଳବନ୍ଦୀରେ ଥିବା ଏହି ଗାଁର ପରମାନନ୍ଦ ଖରାଙ୍କ ପତ୍ନୀ ବତୀ ଖରା ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ଗାଁ ନିକଟରେ ଉପଲବ୍ଧ ହୋଇନଥିଲା ସ୍ୱାସ୍ଥ୍ୟସେବା, ଏଏନଏମ ତ ଦୂର କଥା ଗାଁରେ ମଧ୍ୟ ଆଶା କି ଅଙ୍ଗନୱାଡ଼ି କର୍ମୀଙ୍କ ସହାୟତା ମିଳିନଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ଯିବାକୁ ସ୍ଥଳପଥ ନଥିବାରୁ ପରିବାର ଲୋକେ ଭାରରେ ବୋହିନେଇ ନଦୀ ଘାଟରେ ପହଂଚାଇଥିଲେ । ସେଠାରୁ ତାଙ୍କ ସ୍ୱାମୀ ପରମାନନ୍ଦ ନିଜେ ଦେଶୀ ଡ଼ଙ୍ଗା ଚଲାଇ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ବାହାରିଥିଲେ । ତେବେ ରାତି ପ୍ରାୟ ୪ଟାରେ ଭରା ନଦୀ ଭିତରେ ଡ଼ଙ୍ଗା ଚାଲୁଥିବାବେଳେ ବତୀ ଖରା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପରେ ଉଭୟ ମା ଓ ନବଜାତ ଶିଶୁୁକୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଦୋରାଘାଟ ଗାଁରେ ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ଦେଖାମିଳୁନି । ଆନୁଷ୍ଠାନିକ ପ୍ରସବ ପାଇଁ ଲୋକେ ଭରା ନଇଁରେ ଦେଶୀ ଡ଼ଙ୍ଗାକୁ ଭରସା କରି ଆସୁଛନ୍ତି । ସରକାରଙ୍କ ବିକାଶ ଯୋଜନା ଏହି ଅଂଚଳ ପାଇଁ କେବଳ ଧୁଆବାଣ ବୋଲି ପରମାନନ୍ଦ କହିଛନ୍ତି ।

14/01/2019

Leave a Reply

Your email address will not be published. Required fields are marked *

Comments