Bikash Khabar
ମଦ ବିରୋଧରେ ଗର୍ଜିଲେ ମହିଳା, ୨୫ କିମି ଚାଲି ଜଣାଇଲେ ପ୍ରତିବାଦ

ମଦ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ମହିଳା । ଦୁଇ ହଜାରରୁ ଅଧିକ ମହିଳା ପଦ୍ମପୁରଠାରୁ ବିରାଟ ଏକ ଶୋଭାଯାତ୍ରାରେ ୨୫ କିମି ପାଦରେ ଚାଲି ଚାଲି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମଦ ବନ୍ଦ କରିବା ଦିଗରେ ବ୍ୟବସାୟୀ ସଂଘ ଓ ପ୍ରଶାସନକୁ ମଧ୍ୟ ସେମାନେ ସହଯୋଗ ମାଗିଛନ୍ତି ।

ସୋମବାର ସକାଳୁ ଗୁଣୁପୁର, ପଦ୍ମପୁର, ଗୁଡ଼ାରି ଓ ରାମନାଗୁଡ଼ା ବ୍ଲକର ପ୍ରାୟ ୫୦ଟି ଗ୍ରାମରୁ ୨ ହଜାରରୁ ଅଧିକ ମହିଳା ଏକାଠି ହୋଇଥିଲେ । ପଦ୍ମପୁର ଠାରୁ ଗୁଣୁପୁର ଯାଏ ୨୫ କିମି ରାସ୍ତାରେ ଚାଲି ଚାଲି ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ସମବେତ ହୋଇଥିଲେ । ମଦ ବନ୍ଦ ପାଇଁ ଗ୍ରାମସଭାର ପ୍ରସ୍ତାବକୁ କାହିଁକି ପ୍ରଶାସନ ମାନୁ ନାହିଁ ବୋଲି ସେମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦାବି ପତ୍ର ଦେଇଥିଲେ । ସକାଳ ୮ରୁ ରାତି ସାଢେ ୧୧ଟା ଯାଏ ମହିଳାମାନଙ୍କ ନିଶା ବିରୋଧୀ ଏହି ଆନ୍ଦୋଳନ ଉଷ୍ମତା ବଢାଇଥିଲା । ଗୁଣୁପୁର, ପଦ୍ମପୁର, ଗୁଡ଼ାରି ଓ ରାମନାଗୁଡ଼ା ଭଳି ଅଂଚଳରେ ଏବେ ଦେଶୀ ମଦର ପ୍ରାବଲ୍ୟ ସାଙ୍ଗକୁ ବିଦେଶୀ ମଦ ମଧ୍ୟ ପହଂଚି ଯାଇଛି । ଅବକାରୀ ଓ ପୋଲିସ ବିଭାଗ ନୀରବଦ୍ରଷ୍ଟା ସାଜିଛି ।

12/03/2019

Leave a Reply

Your email address will not be published. Required fields are marked *

Comments