ସୈନିକ ପଦରେ ମହିଳାଙ୍କୁ ନିଯୁକ୍ତି ମିଳିବ । ଏ ନେଇ ଭାରତୀୟ ସେନା ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ ସୈନିକ ପଦରେ ମହିଳାଙ୍କୁ ଏଭଳି ନିଯୁକ୍ତି ଦେବାରେ ଭାରତୀୟ ସେନା ଇତିହାସ ସୃଷ୍ଟି କରିଛି ।
ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ୧୦୦ ମହିଳା ସୈନିକଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ଅନଲାଇନରେ ନାମ ପଞ୍ଜିକରଣ କରିବା ଜରୁରୀ । ଏପ୍ରିଲ ୨୫ରୁ ଜୁନ ୮ ମଧ୍ୟରେ ଅନଲାଇନରେ ନାମ ପଞ୍ଜିକରଣ କରିପାରିବେ । ସର୍ବନିମ୍ନ ବୟସ ସୀମା ୧୭ ବର୍ଷ ୬ ମାସ ଥିବାବେଳେ ସର୍ବାଧିକ ବୟସ ସୀମା ୨୧ ବର୍ଷ ରହିଛି । ତେବେ ସହୀଦ ଜବାନଙ୍କ ପତ୍ନୀଙ୍କ କ୍ଷେତ୍ରରେ ସର୍ବୋଚ୍ଚ ବୟସ ସୀମା ୩୦ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି । ପ୍ରାର୍ଥି ମାଟ୍ରିକ କିମ୍ବା ଭେୁଲ୍ୟ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବେ ଓ ପ୍ରତି ବିଷୟରେ ୩୩ ପ୍ରତିଶତ ନମ୍ବର ଓ ମୋଟ ୪୫ ପ୍ରତିଶତ ନମ୍ବର ରଖି ପାସ୍ କରିଥିବେ । ଲିଖିତ ପରୀକ୍ଷାରେ ପାସ କରିବା ପରେ ଶାରୀରିକ ପରୀକ୍ଷା କରାଯିବ । ମନୋନୀତ ପ୍ରାର୍ଥିଙ୍କର ଡ଼ାକ୍ତରୀ ପରୀକ୍ଷା କରାଯିବ । ଶରୀରରେ ଟାଟୁଥିଲେ ପ୍ରାର୍ଥିଙ୍କୁ ଅଯୋଗ୍ୟ ଘୋଷଣା କରାଯିବ । ଆଗରୁ କେବଳ ଅଫିସର ପଦବୀରେ ନିଯୁକ୍ତି ଦିଆଯାଉଥିଲା । ଏବେ ଶତ୍ରୁ ଏ ସହିତ ଲଢେଇ ପାଇଁ ନିଯୁକ୍ତି ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଦି ସରକାର ଏହି ପଦକ୍ଷେପ ନେଇଛନ୍ତି ।
26/04/2019