Bikash Khabar
ବଢୁଛି ଏ ଆଇ ର ଚାହିଦା, ଚୀନରେ ଖବର ପଢିଲେ ମହିଳା ରୋବୋ

ରବିବାର ଚାଇନା ନ୍ୟୁଜ ଏଜେନ୍ସି ଏହାର ପ୍ରଥମ ମହିଳା ରୋବୋଙ୍କ ଜରିଆରେ ଏକ କାର୍ଯ୍ୟକ୍ରମ ପ୍ରସାର କରି କୃତ୍ରିମ ବୁଦ୍ଧିମତାର ଉପଯୋଗ କ୍ଷେତ୍ରରେ ଚୀନ ବିଶ୍ୱରେ ଆଗୁଆ ଏହା ସାବ୍ୟସ୍ତ କରାଇଛି ।

ମୁଣ୍ଡରେ ଛୋଟ ଚୁଟି ଓ ଗୋଲାପି ରଙ୍ଗର ପୋଷାକ ପିନ୍ଧି ଏହି ରୋବୋ ଏକ ମିନିଟିର କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ଚମକ୍ରୃତ କରାଇଛି । ଏହି ରୋବୋର ନାମ ଜିନ ଜିଓମେଙ୍ଗ ରଖାଯାଇଛି ।
ଚାଇନାର ସର୍ଚ୍ଚ ଇଞ୍ଜିନ ସୋଗୁଓର ସହଯୋଗରେ ଜିନହୁଆ ଏହି ରୋବୋକୁ ଜୀବନ ଦାନ ଦେଇଛି । ଗତବର୍ଷ ନଭେମ୍ବରରେ ଚାଇନା ତାର ପୁରୁଷ ରୋବୋ ଜରିଆରେ ସମ୍ବାଦ ଉପସ୍ଥାପନା କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ ଏବେ ମହିଳା ରୋବୋ ସୃଷ୍ଟି କରି ଆଙ୍କର ଭାବେ ନିୟୋଜନ କରାଇଛି । ୨୦୧୮ରେ ଏଆଇ ଖବର ଉପସ୍ଥାପକ କ୍ୱିଉ ହାଓକୁ ଚାଇନାର ବିଶ୍ୱ ଇଣ୍ଟରନେଟ ସମ୍ମିଳନୀରେ ପ୍ରଦର୍ଶନ କରାଯାଇଥିଲା ।

05/03/2019

Leave a Reply

Your email address will not be published. Required fields are marked *

Comments