Bikash Khabar
ଆଜି ବିଶ୍ୱ ନଗର ଦିବସ, ଜାଣନ୍ତୁ ନଗର ସମ୍ପର୍କରେ କେତେକ ରୋଚକ ତଥ୍ୟ

ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ବିଶ୍ୱନଗର ଦିବସ ଭାବେ ପାଳନ କରାଯାଏ । ଜାତିସଂଘର ସାଧାରଣ ପରିଷଦର ଅନୁମୋଦନ କ୍ରମେ ଏହା ପାଳିତ ହୋଇ ଆସୁଛି । ଚିରନ୍ତନ ଏବଂ ସହନଶୀଳ ନଗର ଗଠନର ଥିମକୁ ନେଇ ଚଳିତ ବର୍ଷ ବିଶ୍ୱନଗର ଦିବସ ପାଳନ କରାଯାଉଛି । ନଗରାଂଚଳର ସମସ୍ୟାକୁ ସମାଧାନ କରିବା ସହ ନଗରାଂଚଳର ଚିରନ୍ତନ ବିକାଶ ଦିଗରେ ବିଶ୍ୱସ୍ତରୀୟ ସହଯୋଗ ଆଭିମୁଖ୍ୟ ନେଇ ଏହି ଦିବସ ପାଳିତ ହୋଇଥାଏ । ଆଜିର ଏହି ଦିବସରେ ଆସନ୍ତୁ ଜାଣିବା ସହରକୁ ନେଇ କେତେକ ରୋଚକ ତଥ୍ୟ ।

ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ସବୁଠୁ ବଡ଼ ସହର ହେଉଛି ଜାପାନର ଟୋକିଓ । ୨୦୧୬ରେ ଏହାର ଜନସଂଖ୍ୟା ଥିଲା ୩.୭୮ କୋଟି । ବିଶ୍ୱର ସବୁଠୁ ଉଚ୍ଚତମ ନଗର ବୋଲିଭିୟାର ଏଲ ଅଲଟୋ । ସମୁଦ୍ର ପତନ ଠାରୁ ୧୩,୬୧୫ ଫୁଟ ଉଚ୍ଚତାରେ ଅବସ୍ଥିତ । ସମୁଦ୍ର ପତନ ଠାରୁ ସବୁଠୁ ନିମ୍ନରେ ଥିବା ବିଶ୍ୱର ଏକ ପ୍ରମୁଖ ସହର ହେଉଛି ପାଲେଷ୍ଟାଇନର ଜେରିକୋ । ଏହା ସମୁଦ୍ର ପତନଠାରୁ ୮୪୬ ଫୁଟ ନିମ୍ନରେ ରହିଛି । ଋଷିଆର ୟାକୁଡ଼ସ୍କ ହେଉଛି ବିଶ୍ୱର ସବୁଠାରୁ ଶୀତଳତମ ସହର । ଏଠାରେ ତାପମାତ୍ରା ମାଇନଓ ୬୪ ଡ଼ିଗ୍ରୀକୁ ଖସିଥିବାର ନଜିର ରହିଛି । କୁଏତ ହେଉଛି ସବୁଠାରୁ ଉଷ୍ମତମ ନଗରୀ ଏହାର ହାରାହାରି ତାପମାତ୍ରା ୪୫ ଡ଼ିଗ୍ରୀ । ଚୀନା ପରେ ଭାରତ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ଦ୍ୱିତୀୟ । ଏହାର ଚାରିଭାଗରୁ ଭାଗେ ଲୋକ ନଗରାଂଚଳରେ ରହନ୍ତି । ୨୦୧୧ ଜନଗଣନା ଅନୁଯାୟୀ ଆମ ଦେଶରେ ୧ ମିଲିୟନରୁ ଅଧିକ ଲୋକ ରହୁଥିବା ସହର ସଂଖ୍ୟା ୪୬ । ଦିନକୁ ଦିନ ଦେଶରେ ନଗରାଂଚଳ କାୟା ବିସ୍ତାର କରୁଥିବାବେଳେ ଏହାର ଚିରନ୍ତନ ବିକାଶ ଏବେ ଏକ ମୁଖ୍ୟ ପ୍ରସଙ୍ଗ । 
 

31/10/2018

Leave a Reply

Your email address will not be published. Required fields are marked *

Comments