Bikash Khabar
ଭାରତରେ ଆରମ୍ଭ ହେଲା ବିଶ୍ୱର ସର୍ବ ବୃହତ୍ତ ସ୍ୱାସ୍ଥ୍ୟବୀମା ଯୋଜନା, ଦରିଦ୍ରରୁ ଦରିଦ୍ରତମ ଲୋକ ପାଇବେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା

ଝାଡ଼ଖଣ୍ଡର ରାଂଚି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ୱାକାଂକ୍ଷୀ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ । ୫୦ କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ । ଏବଂ ଏହା ବିଶ୍ୱର ସର୍ବବୃହତ୍ତ ସ୍ୱାସ୍ଥ୍ୟବୀମା ଯୋଜନା ହେବ ।
ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆମେରିକା, କାନାଡ଼ା ଏବଂ ମେକ୍ସିକୋର ସମୁଦାୟ ଜନସଂଖ୍ୟା ସହିତ ସମାନ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ଏହି ଯୋଜନାରେ ୧୩୦୦ ପ୍ରକାରର ରୋଗକୁ ସାମିଲ କରାଯାଇଛି । ୫ ଲକ୍ଷ ଟଙ୍କାରେ ସମସ୍ତ ପରୀକ୍ଷା, ଔଷଧ, ହସ୍ପିଟାଲ ପୂର୍ବବର୍ତ୍ତି ଖର୍ଚ୍ଚ ସାମିଲ ହେବ । ଆଗରୁ ଥିବା ରୋଗକୁ ମଧ୍ୟ ଏହି ଯୋଜନାରେ ସୁବିଧା ମିଳିବ । ଲୋକମାନେ ୧୪୫୫୫ ନମ୍ବରକୁ କଲ୍ କରି ତଥ୍ୟ ପାଇପାରିବେ । ସାରା ଭାରତର ଯେଉଁ ରାଜ୍ୟର ଅଧିବାସୀ ହୁଅନ୍ତୁ ନା କାହିଁକି ଅନ୍ୟ ରାଜ୍ୟରେ ଥିବାବେଳେ ଚିକିତ୍ସା ସେବା ପାଇପାରିବେ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୩ ହଜାର ଡ଼ାକ୍ତରଖାନାରେ ଏହି ଯୋଜନାର ସୁଫଳ ମିଳିବ ।
 

24/09/2018

Leave a Reply

Your email address will not be published. Required fields are marked *

Comments