Bikash Khabar
ବିଶ୍ୱର ସବୁଠୁ ଲମ୍ବା କାର୍, ଯେଉଁଥିରେ ସୁଇମିଂପୁଲ ଠାରୁ ହେଲିପ୍ୟାଡ଼୍ ପର୍ଯ୍ୟନ୍ତ ସବୁ କିଛି ଅଛି

  ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସ୍ୱପ୍ନଟିଏ ଥାଏ କିପରି ସେ ଏକ ସୁନ୍ଦର ଗାଡ଼ିର ମାଲିକ ହେବେ । ଯେଉଁଥିରେ ତାଙ୍କର ପୁରା ପରିବାର ବୁଲିଯାଇପାରିବେ । କିଛି ବ୍ୟକ୍ତି ଚାହାନ୍ତି ସେ ଏମିତି ଏକ ଗାଡ଼ି କିଣିବେ ଯାହା ଅନ୍ୟ କାହା ପାଖରେ ନଥିବ । କାରର ସ୍ୱପ୍ନ ତ ଅନେକ ଦେଖନ୍ତି କିନ୍ତୁ ଆମେ ଆପଣଙ୍କୁ ଏପରି ଏକ କାର୍ ବିଷୟରେ କହିବୁ ଯାହା କିଣିବା ପାଇଁ ସାଧାରଣ ଗ୍ରାହକ କେବେ ସ୍ୱପ୍ନ ବି ଦେଖିପାରିବେ ନାହିଁ । ଏହି କାର୍ ଲିମୋଜିନ କାର୍ ନାମରେ ପରିଚିତ ।

ଲିମୋଜିନ୍ କୌଣସି କମ୍ପାନୀ ନୁହଁ । ଏହା କାରର ଏକ ଷ୍ଟାଇଲ । ଏ କାର୍ ନିର୍ମାତା କମ୍ପାନୀ ଅର୍ଡ଼ର ପାଇଲା ପରେ ଯାଇ ତିଆରି କରିଥାନ୍ତି । ଗ୍ରାହକଙ୍କ ଅର୍ଡ଼ର ଅନୁଯାୟୀ କାରରେ ସାମଗ୍ରୀ ମାନ ଲାଗିଥାଏ । ଆମେରିକାନ ଡ଼୍ରିମ ନାମରେ କମ୍ପାନୀ ଏକ ଲମ୍ବାକାର ଉତ୍ପାଦନ କରି ବିଶ୍ୱ ରେକର୍ଡ଼ର ଅଧିକାରୀ ହୋଇଛି । କାର୍ ଭିତରୁ ଏହା ପଂଚତାରକା ହୋଟେଲ ଭଳି ଡ଼ିଜାଇନ୍ ହୋଇଛି । ଏହି କାର୍ ଏତେ ବଡ଼ ଯେ ଏହା ଉପରେ ହେଲିକପ୍ଟର ଅବତରଣ କରିପାରିବ । କାରଟି ୧୦୦ ମିଟର ଲମ୍ବା । କାର ଭିତରେ ସୁଇମିଂପୁଲ ନିର୍ମାଣ କରାଯାଇଛି । ହେଲିକାପ୍ଟର ଲ୍ୟାଣ୍ଡ କରିବା ପାଇଁ ଏହି ଗାଡ଼ିରେ ୨୬ଟି ଟାୟର ଲଗାଇ ଏଭଳି ମଜଭୂତ କରାଯାଇଛି ଯେ ଯେପରି ଏହା ହେଲିକପ୍ଟରର ଓଜନ ସମ୍ଭାଳିପାରିବ । ୧୯୮୦ ଦଶକରେ ନିର୍ମିତ ଏହି କାର ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି । ଏହା ଆଗୁଆ ଓ ପଛୁଆ ଚାଲିପାରିବ । ଡ୍ରାଇଭରଙ୍କ ପାଇଁ ଆଗ ଓ ପଛରେ ଦୁଇଟି କ୍ୟାବିନ୍ ରହିଛି । ଏହା ଦ୍ରୃତ ଗତିରେ ଚାଲିପାରିବ, କିନ୍ତୁ ମୋଡ଼ ବୁଲିବା ପାଇଁ ଦୀର୍ଘ ସମୟ ଓ ପ୍ରଶସ୍ତ ରାସ୍ତା ଆବଶ୍ୟକ ।  

28/07/2018

Leave a Reply

Your email address will not be published. Required fields are marked *

Comments