Bikash Khabar
ପୁରୀ ବେଳାଭୂମିରେ ବିଶ୍ୱର ସବୁଠୁ ବଡ଼ ସାନ୍ତାକ୍ଲଜ

ପୁରୀ ପାନ୍ଥନିବାସ ସମ୍ମୁଖ ବେଳାଭୂମିରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଛନ୍ତି ସବୁଠୁ ବଡ଼ ବାଲୁକା ସାନ୍ତାକ୍ଲଜ । ସୁଦର୍ଶନଙ୍କ ସମେତ ତାଙ୍କର ୪୦ ଜଣ ସହଯୋଗୀଙ୍କୁ ଏହି ସାନ୍ତାକ୍ଲଜ ନିର୍ମାଣ ପାଇଁ ୨ ଦିନ ଲାଗିଛି ।

୮ ଶହ ଟନ୍ ବାଲି ଓ ୧୦ ହଜାର ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ସୁଦର୍ଶନ ଓ ତାଙ୍କର ଟିମ୍ ତିଆରି କରିଛନ୍ତି ଏହି ଆକର୍ଷଣୀୟ ସାନ୍ତାକ୍ଲଜ । ପଲିଥିନ ଓ ପ୍ଲାଷ୍ଟିକ ବିରୋଧରେ ଜନସଚେତନତା ପାଇଁ ଏପରି ମୂର୍ତ୍ତି ନିର୍ମାଣରେ ସୁଦର୍ଶନ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଛନ୍ତି । ଏହା ବିଶ୍ୱର ସବୁଠୁ ବଡ଼ ବାଲୁକା ସାନ୍ତାକ୍ଲଜ ବୋଲି ସୁଦର୍ଶନ କହନ୍ତି ।
ଅନ୍ୟତମ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବଳିଆ ପଣ୍ଡା ବେଳାଭୂମିରେ ୨ଟି ବାଲୁକା ସାନ୍ତାକ୍ଲଜ ନିର୍ମାଣ କରିଛନ୍ତି । ୧୨ ଫୁଟ ଉଚ୍ଚ ଓ ୧୫ ଫୁଟ ଚଉଡ଼ା ବିଶିଷ୍ଟ ଏହି ସାନ୍ତାକ୍ଲଜ ବଡ଼ଦିନର ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରୁଛନ୍ତି । 
 

25/12/2018

Leave a Reply

Your email address will not be published. Required fields are marked *

Comments