Bikash Khabar
ଜାଣନ୍ତୁ, କେଉଁଠି ବଦଳାଇ ପାରିବେ ନିଜର ଚିରାଫଟା ନୋଟ

ଯେଉଁ ଟଙ୍କା ଉପରେ ରାଜନୈତିକ ଦଳର ସ୍ଲୋଗାନ ଲେଖାଥିବ ତାହା କେଉଁଠାରେ ବି ବଦଳ କରାଯାଇପାରିବ ନାହିଁ । ଟଙ୍କାକୁ ଜାଣିଶୁଣି ନିର୍ଦ୍ଦିଷ୍ଟ ଆକାରରେ କଟା ଯାଇଥିଲେ ବି ବଦଳ କରାଯାଇପାରିବ ନାହିଁ । ଏହି କେତୋଟି ସମସ୍ୟାକୁ ଛାଡ଼ିଦେଲେ ଅନ୍ୟ ସବୁ ଚିରାଫଟା ଟଙ୍କାକୁ ଆପଣ ଯେ କୌଣସି ବ୍ୟାଙ୍କ ଶାଖାରେ ବଦଳ କରିପାରିବେ । ଚିରାଫଟା ନୋଟ ଗ୍ରହଣ କରିପାରିବ ନାହିଁ ବୋଲି କୌଣସି ବ୍ୟାଙ୍କ ମନା କରିପାରିବେ ନାହିଁ ।

ଯଦି କୌଣସି ଏଟିଏମରୁ ଚିରାଫଟା ନୋଟ ବାହାରେ ତେବେ ଚିନ୍ତା କରନ୍ତୁନି । ପାଖରେ ଥିବା ବ୍ୟାଙ୍କକୁ ଯାଆନ୍ତୁ । ରିଜର୍ଭ ବ୍ୟାଙ୍କ ଆଇନର ଧାରା ୨୮ ଅନୁଯାୟୀ ବିନା କୌଣସି ଚାର୍ଯ୍ୟରେ ବ୍ୟାଙ୍କ ଆପଣଙ୍କ ଠାରୁ ଚିରାଫଟା ନୋଟ ନେଇପାରିବ । ପାଂଚ ହଜାର ଟଙ୍କାରୁ ଅଧିକ ବା ୨୦ ରୁ ଅଧିକ ଚିରାଫଟା ଟଙ୍କା ଉପରେ ବ୍ୟାଙ୍କ ଆପଣଙ୍କ ଠାରୁ ଦେୟ ନେବ । ଆପଣଙ୍କ ଖାତା ନଥିବା ବ୍ୟାଙ୍କ ମଧ୍ୟ ଆପଣଙ୍କ ଠାରୁ ଚିରାଫଟା ନୋଟ ନେଇ ଭଲ ଟଙ୍କା ଦେବ । ଟଙ୍କା ଯଦି ୫ ଖଣ୍ଡ ହୋଇଯାଇଥାଏ ତେବେ ବି ଏହା ଚଳିବ । ଟଙ୍କାଟି ଜଳି ଯାଇଥିଲେ କିମ୍ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲେ ଆପଣ ରାଜ୍ୟ ରାଜଧାନୀରେ ଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବଦଳାଇ ପାରିବେ । ଆପଣ ଚିରା ଫଟା ନୋଟକୁ ବିଜୁଳି, ପାଣି, ହୋଲ୍ଡିଂ ଟିକସ ଦେବାରେ ବ୍ୟବହାର କରିପାରିବେ ।

 

02/03/2019

Leave a Reply

Your email address will not be published. Required fields are marked *

Comments