Bikash Khabar
ଆପଣଙ୍କ ପାକଶାଳାରେ ରହିଛି ଏପରି ୪ଟି ଦ୍ରବ୍ୟ, ଯାହା ମେଦ ବହୁଳତା ହ୍ରାସ ପାଇଁ ଅବ୍ୟର୍ଥ ରାମବାଣ

 ଭାରତୀୟ ପାକଶାଳା ଗୁଡ଼ିକ ଏକ ଛୋଟକାଟିଆ ଔଷଧ ଭଣ୍ଡାର । ଏଠାରେ ବ୍ୟଞ୍ଜନ ପାଇଁ ବ୍ୟବହୃତ ହେଉଥିବା ପ୍ରତ୍ୟେକଟି ଦ୍ରବ୍ୟରେ ଔଷଧୀୟ ଗୁଣ ଭରପୁର ରହିଛି । ଅଦା, ହଳଦୀ, ଜିରା, ଡ଼ାଲଚିନି ଠାରୁ ଆରମ୍ଭ କରି ପିପ୍ପଳୀ, ଗୋଲମରିଚ, ଜାଇଫଳ, ପାନ ମହୁରୀ, ମେଥି ଯାଏ ପ୍ରତ୍ୟେକଟି ଦ୍ରବ୍ୟର ଔଷଧୀୟ ମୂଲ୍ୟକୁ ବାରମ୍ବାର ପରୀକ୍ଷା କରାଯାଇଛି ଓ ସଫଳତା ମିଳିଛି । ଆମେ ରୋଷେଇଶାଳରେ ମହଜୁଦ୍ ଥିବା ଏପରି କିଛି ଦ୍ରବ୍ୟ ମେଦବହୁଳତା ଦୂର କରିବାର ସାମର୍ଥ୍ୟ ରଖିଥିବା ବିଶେଷଜ୍ଞମାନେ କହନ୍ତି । ଏହି ସବୁ ଦ୍ରବ୍ୟମାନଙ୍କ ମଧ୍ୟରୁ ପ୍ରମୁଖ ହେଉଛି ମେଥି । ମେଥିରେ ଗେଲେକ୍ଟୋ ମନ୍ମା ନାମକ ଏକ ତତ୍ତ୍ୱ ରହିଛି ଯାହା ଭୋକକୁ ନିୟନ୍ତ୍ରିତ କରିଥାଏ । ଏଥିରେ ଶରୀରର ମେଦ ବହୁଳତା ନିୟନ୍ତ୍ରଣ ହୋଇଥାଏ । ମେଥି ଚୁର୍ଣ୍ଣକୁ ପାଣିରେ ମିଶାଇ ସକାଳୁ ଖାଲିପେଟରେ ପାନ କଲେ ମେଦବହୁଳତା ହ୍ରାସ ପାଇବ । ସେହିପରି ଡ଼ାଲଚିନିର ଚା’ ପାନ କରିବା କିମ୍ବା ଡ଼ାଲଚିନିକୁ ଚୋବାଇ ଚୋବାଇ ଖାଇବା ଦ୍ୱାରା ମୋଟାପା କମିଥାଏ । ହଳଦୀରେ କରକ୍ୟୁମିନ ନାମକ ତତ୍ତ୍ୱ ରହିଥାଏ । କରକ୍ୟୁମିନ ଏଭଳି ତତ୍ତ୍ୱ ଯାହା ହଳଦୀକୁ ସୁପରଫୁଡ଼ କରାଇଥାଏ । ଯଦି କ୍ଷୀର ସହିତ ହଳଦୀକୁ ନିୟମିତ ପାନ କରାଯାଏ ତେବେ କଫ ଦୋଷ ନିୟନ୍ତ୍ରିତ ରହିବା ସହିତ ଓଜନ ବି ବୃଦ୍ଧି ହେବନାହିଁ । ଆଣ୍ଟିଅକ୍ସିଡ଼େଣ୍ଟ ଗୁଣରେ ଭରା ଅଦା ଶରୀର ଭିତରେ ଥିବା କ୍ଷତିକାରକ ଭୂତାଣୁ ଗୁଡ଼ିକୁ ମାରି ଦେଇଥାଏ । ଓଜନ କମାଇବାରେ ଅଦା ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥାଏ । 

27/07/2018

Leave a Reply

Your email address will not be published. Required fields are marked *

Comments