Bikash Khabar
ବାଲାଂଦେଶରେ ଓଡ଼ିଆ ପୁଅଙ୍କ ଚଳଚ୍ଚିତ୍ର ଶ୍ରେଷ୍ଠ ମନୋନୀତ

ରାଜଧାନୀ ଉପକଣ୍ଠ ବାଳକାଟି ଗ୍ରାମର ଯୁବ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁଙ୍କ ଚଳଚ୍ଚିତ୍ର ଲାଇଫଡ଼୍ରପ ବାଲାଂଦେଶରେ ଆୟୋଜିତ ମାନବାଧିକାର କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲ- ୨୦୧୮ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି ।

ଜାଗରଣ କ୍ରିଏସନ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଗବେଷକ ଡ଼. କାଳନ୍ଦୀ ଚରଣ ସାହୁ । ଏହି ଚଳଚ୍ଚିତ୍ରରେ ଭାରତର ଆଦିମ ଜନଜାତିଙ୍କ ସମସ୍ୟାକୁ ନିଖୁଣ ଭାବେ ପରିବେଷଣ କରାଯାଇଛି ।
ମାନବାଧିକାରର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଢାକା ବିଶ୍ୱବିଦ୍ୟାଳୟ ଚଳଚ୍ଚିତ୍ର ସଂସଦ ଓ ଜାତିସଂଘର ମିଳିତ ଉଦ୍ୟମରେ ଏହି ଉତ୍ସବର ଆୟୋଜନ ହୋଇଥିଲା । ୮୨ଟି ଦେଶରୁ ୭୩୮ଟି କ୍ଷୁଦ୍ର ଚଳଚ୍ଚିତ୍ର ଏଥିରେ ଭାଗ ନେଇଥିଲେ । ୪ଟି ପର୍ଯ୍ୟାୟରେ ୭୦ଟି ଚଳଚ୍ଚିତ୍ରକୁ ବଛା ଯାଇ ପ୍ରଦର୍ଶିତ ହୋଇଥିଲା । ଲାଇଫ ଡ଼୍ରପକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବାଲାଂଦେଶୀ ନିର୍ମାତା ଜୋସେଫ ମେହେନ୍ଦୀଙ୍କ ପୋଷ୍ଟର ଦ୍ୱିତୀୟ ସ୍ଥାନ ପାଇଥିଲା । ଶ୍ରୀଲଙ୍କାର ନିର୍ମାତା ବାଭାନା ଥାନ ନିଥିଆ ନାନାନ ‘ଫ୍ଲାଇ ଚାଇଲ୍ଡ’ ପାଇଁ ତୃତୀୟ ସ୍ଥାନ ପାଇଥିଲେ । 
 

13/12/2018

Leave a Reply

Your email address will not be published. Required fields are marked *

Comments