Bikash Khabar
ଆଶ୍ରମ ସ୍କୁଲ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳତା ନୀତି : ହଟ ଲାଇନ ଜରିଆରେ ହେବ ଅଭିଯୋଗ, ଦିଆଯିବ ଆତ୍ମରକ୍ଷା କୌଶଳ

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ଗୁଡ଼ିକରେ ଛାତ୍ରୀମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଘଟଣା ବିଭାଗର ନିଦ ହଜାଇ ଦେଇଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ସଂପୃକ୍ତ ବିଭାଗ । ଆଗାମୀ ଦିନରେ ଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭାଗ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି । ପୂର୍ବରୁ ୫ଟି ଜିଲ୍ଲାରେ ଏହା ଲାଗୁ କରାଯାଇଥିଲା । ଏବେ ୨୫ଟି ଜିଲ୍ଲାରେ ଲାଗୁ ପାଇଁ ସଚିବ ଆର ରଘୁପ୍ରସାଦ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । 
କ’ଣ ରହିଛି ନିର୍ଦ୍ଦେଶ
ଛାତ୍ରୀମାନେ ଯଦି ଶିକ୍ଷକ ବା ଅଣଶିକ୍ଷକଙ୍କ ଠାରୁ କୌଣସି ଅଶ୍ଲିଳ ଇଙ୍ଗିତ ପାଆନ୍ତି ତତକ୍ଷଣାତ ହଟ ଲାଇନ୍ ଜରିଆରେ ଅଭିଯୋଗ କରିପାରିବେ ।
ସବୁ ଆଶ୍ରମ ବିଦ୍ୟାଳୟରେ ଥିବା ଟୋଲ ଫ୍ରି ନମ୍ବରରେ ଫୋନ କରିପାରିବେ ।
ରାଷ୍ଟ୍ରୀୟ ବାଲ୍ ସୁରକ୍ଷା ଯୋଜନା, ମୋବାଇଲ ସ୍ୱାସ୍ଥ୍ୟ ନୀତି ଅନୁଯାୟୀ ପଦକ୍ଷେପ ନିଆଯିବ ।
ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଦିଆଯିବ ।
ଶିକ୍ଷୟତ୍ରୀ, ଏଏନଏମ୍, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବ । ସେମାନଙ୍କ ଦ୍ୱାରା ନିୟମିତ ତଦାରଖ କରାଯିବ । 
 

25/09/2018

Leave a Reply

Your email address will not be published. Required fields are marked *

Comments