Bikash Khabar
ପୁଅର ମୃତ୍ୟୁ ପରେ ସଡ଼କ ସୁରକ୍ଷା ପାଇଁ ଅଂଟା ଭିଡ଼ିଲେ ବାପ

 ମଧ୍ୟପ୍ରଦେଶର ଦାମୋ ଅଂଚଳରେ ଘଟିଛି ଏକ ଅଶ୍ରୁଳ ଆଉ ରୋଚକ ଘଟଣା  ଗତ ନଭେମ୍ବର ମାସ ୨୦ ତାରିଖରେ ଦାମୋ ନିବାସୀ ମହେନ୍ଦ୍ର ଦିକ୍ଷିତଙ୍କ ୨୫ ବର୍ଷୀୟ ପୁଅ ଲକି ଦିକ୍ଷିତ ଘରୁ ବାଇକ ନେଇ ବାହାରକୁ ଯାଇଥିଲେ କିନ୍ତୁ ସାଙ୍ଗରେ ନେଇନଥିଲେ ହେଲମେଟ୍ ଆଉ ରାସ୍ତାରେ ଘଟିଥିଲା ଛାତିଥରା ସଡକ ଦୁର୍ଘଟଣା ଯେଉଁଥିରେ ଚାଲିଯାଇଥିଲା ଲକିଙ୍କ ଜୀବନ ଆଉ ଯେଉଁ କାରଣ ପାଇଁ ନିଜ ପୁଅର ଜୀବନ ଗଲା, ସେହି କାରଣରୁ ଯେମିତି ଆଉ କେହି ଜୀବନ ହାରନ୍ତି, ସେନେଇ ସମାଜକୁ ସଚେତନତାର ଏକ ବଡ ବାର୍ତ୍ତା ଦେଇଛନ୍ତି ଲକିଙ୍କ ବାପା ମହେନ୍ଦ୍ର ଦିକ୍ଷିତ ପୁଅର ଏକାଦଶାହ ଦିନ ଘରକୁ ଯେଉଁ ଅତିଥି ଆସିଥିଲେ, ସେମାନଙ୍କୁ ଉପହାର ସ୍ୱରୂପ ଗୋଟିଏ ଗୋଟିଏ ହେଲମେଟ୍ ବାଣ୍ଟିଛନ୍ତି ମହେନ୍ଦ୍ର ମହେନ୍ଦ୍ର କହିଛନ୍ତି, ଟ୍ରାଫିକ ନିୟମ ଜନସାଧାରଣଙ୍କ ପାଇଁ ହୋଇଥିବାରୁ ସମସ୍ତେ ଟ୍ରାଫିକ ନିୟମକୁ ମାନି ଚଳିବା ଉଚିତ ଯେଉଁ କାରଣ ପାଇଁ ତାଙ୍କ ପୁଅର ଜୀବନ ଗଲା, ସେଥିପାଇଁ ଆଉ କାହାର ଜୀବନ ନଯାଉ ରାସ୍ତାରେ ଗଲାବେଳେ କେମିତି ସମସ୍ତେ ହେଲମେଟ୍ ପିନ୍ଧିବେ ସେନେଇ ସେ ଲୋକଙ୍କୁ ସଚେତନ କରାଉଥିବା କହିଛନ୍ତି ମହେନ୍ଦ୍ର ତେବେ ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ, ରାସ୍ତାରେ ଗଲାବେଳେ ସବୁବେଳେ ଟ୍ରାଫିକ୍ ନିୟମକୁ ମାନି ଚଳନ୍ତୁ ବାଇକରେ ହେଲମେଟ୍ କାରରେ ସିଟ୍ ବେଲ୍ଟ ପିନ୍ଧିବାକୁ ଜମା ବି ଭୁଲନ୍ତୁ ନାହିଁ ନିଜେ ସଚେତନ ହେବା ସହ ଅନ୍ୟଙ୍କୁ ମଧ୍ୟ ସଚେତନ କରାନ୍ତୁ

 

04/12/2019

Leave a Reply

Your email address will not be published. Required fields are marked *

Comments