Bikash Khabar
ବାତ୍ୟା କ୍ଷତିଗ୍ରସ୍ତ ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଙ୍କ ସ୍କୁଲଘର ମରାମତି ପାଇଁ ସହଯୋଗ କଲେ ଆବୁଧାବି ଓଡ଼ିଆ ସମାଜ

ବକ୍ସି ବଜାର ରେ ରହିଥିବା ତାଙ୍କର ଚା ଦୋକାନରୁ ଯାହା ଲାଭ ହୁଏ ସେଥିରୁ ସମାଜସେବା ରେ ସବୁ ଖର୍ଚ୍ଚ କରିଦିଅନ୍ତି ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଶତାଧିକ ଥର ରକ୍ତଦାନ କରିଥିବା ପ୍ରକାଶ କଟକ ବଡ ମେଡ଼ିକାଲରେ କେହି ଅସହାୟ ରୋଗୀ ପଡିଥିବା ଶୁଣିଲେ ତାଙ୍କର ସମସ୍ତ ଦାୟିତ୍ୱ ନେବାକୁ ଆଗେଇ ଆସିଥାନ୍ତି କେବଳ ସେତିକି ନୁହେଁ ଡ଼ି ପ୍ରକାଶ ରାଓ ବସ୍ତିରେ ଅର୍ଥ ଅଭାବରୁ ପଢିପାରୁ ନଥିବା ପିଲାଙ୍କ ପାଇଁ ଖୋଲିଦେଇଛନ୍ତି ଏକ ସ୍କୁଲ। ପ୍ରକାଶ ଙ୍କ ଏଭଳି ସମାଜସେବା ଖବର ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭେଟି ପ୍ରସଂଶା କରିଥିଲେ ପରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ନିକଟରେ ଫନି ବାତ୍ୟା ରେ ତାଙ୍କର ଘର ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା କ୍ଷତିଗ୍ରସ୍ତ ହୋଇଥିବା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଘର ସ୍କୁଲର ପୁନରୁଦ୍ଧାର ପାଇଁ ଆବୁଧାବିରେ ବାସ କରୁଥିବା ଓଡିଆ ସମାଜ ସହାୟତାର ହାତ ବଢ଼ାଇ  ଦେଇଛି  ଆବୁଧାବି ଓଡିଆ ସମାଜର ଏକ ପ୍ରତିନିଧି ଦଳ ପଦ୍ମଶ୍ରୀ ଶ୍ରୀ ରାଓଙ୍କୁ ଭେଟିବା ସହ 2ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଭାଙ୍ଗିଯାଇଥିବା ସ୍କୁଲର ନୂତନ ଗୃହ ନିର୍ମାଣ ପାଇଁ ଆବୁଧାବି ଓଡ଼ିଆ ସମାଜ ପକ୍ଷରୁ ଏହି ସହାୟତା ଦିଆଯାଇଛି ଏହା ସହିତ ଆଗାମୀ ଦିନରେ ସ୍କୁଲର ଅନ୍ୟାନ୍ୟ ସମସ୍ୟା ପ୍ରତି ଗୁରୁତ୍ବ ଦେଇ ସହାୟତା ଯୋଗାଇ ଦିଆଯିବ ବୋଲି ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ସହାୟତା ପାଇଁ ଶ୍ରୀ ରାଓ ଆବୁଧାବି ଓଡ଼ିଆ ସମାଜର ପ୍ରତିନିଧିଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି

02/06/2019

Leave a Reply

Your email address will not be published. Required fields are marked *

Comments