Bikash Khabar
ଭୋଟ ଗଣତି କେନ୍ଦ୍ରରେ ଲାଗିବ ଏସି

ଏବେ ବାତ୍ୟା ପରଠାରୁ ପଶ୍ଚିମ ଉପକୂଳ ଓଡ଼ିଶାରେ ନାହିଁ ଥିବା ଖରା ଦିନ ୧୧ ତା ପରଠାରୁ ଘରୁ ବାହାରକୁ ବାହାରିହେଉନି  ତାତିରୁ ନିସ୍ତାର  ମିଳୁନଥିବା ବେଳେ ଆଗକୁ ଆସୁଛି ଭୋଟ ଗଣତି  ତାତିରୁ ସୁରକ୍ଷା ପାଇଁ ରାଜ୍ୟର ସମସ୍ତ ଭୋଟ ଗଣତି କେନ୍ଦ୍ର କୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି  ସୋମବାର ଠାରୁ ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ  ଦୁଇଦିନିଆ  ପ୍ରଶିକ୍ଷଣ ଶିବିର ଅବସର ରେ ଏଭଳି ସୂଚନା ଦିଆଯାଇଛି ସୂଚନା ଯୋଗ୍ୟଯେ  ଆସନ୍ତା ୨୩ ତାରିଖଠାରୁ ସାଧାରଣ ନିର୍ବାଚନ ଭୋଟ ଗଣତି ହେବ    ତା ପୂର୍ବରୁ ଆଜି ରିଟର୍ଣ୍ଣିଂ ଅଫିସରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି  ଜୟଦେବ ଭବନପରିସର ରେ ଥିବା ଗୀତଗୋବିନ୍ଦ ଭବନ ରେ  ଆୟୋଜିତ ତାଲିମ ରେ  ୧୧ ଜିଲ୍ଲାର ୭୯ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣପ୍ରଦାନ କରାଯାଇଛି  ମଙ୍ଗଳବାର ଅବଶିଷ୍ଟ ରିଟର୍ଣ୍ଣି ଅଫିସର ଙ୍କୁ ତାଲିମ ପ୍ରଦାନ କରାଯିବ ଆସନ୍ତା ୧୫ ତାରିଖରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରର ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରତି ନିର୍ବାଚନ ମଣ୍ଡଳୀର ଟି ବୁଥ ରେ ଭିଭିପାଟଗଣତି ହେବ ବୋଲି ସୁଚାଇଥିଲେ  ଗୋଟିଏ ବିଧାନସଭା ମଣ୍ଡଳୀ ଗଣନା ପାଇଁ ରାଜ୍ୟରେ ଟି ଟେବୁଲ ବ୍ୟବହାର କରାଯାଉଥିବାରୁ ଜାତୀୟ ସ୍ତର ତୁଳନାରେ ଓଡ଼ିଶାରେ ଗଣନା ବିଳମ୍ବିତ ହେବ ବୋଲି ଜଣାପଡିଛି 

13/05/2019

Leave a Reply

Your email address will not be published. Required fields are marked *

Comments