Bikash Khabar
ରାଜଧାନୀ ରେ ଆଦି ମହୋତ୍ସବ

 ଖୋଲିଲା ଜନଜାତି ସମ୍ଭାରର ବିଶାଳ ପସରା। ହସ୍ତତନ୍ତ, ହସ୍ତଶିଳ୍ପ ଖାଣ୍ଟି ଦେଶୀୟ ସାମଗ୍ରୀକୁ ନେଇ ଜନତା ମୈଦାନରେ ଆରମ୍ଭ ହୋଇଛି ଆଦି ମହୋତ୍ସବ ଆଦିବାସୀ ମନ୍ତ୍ରାଳୟ ଅଧୀନସ୍ଥ ଟ୍ରାଇବାଲ୍କୋପରେଟିଭ୍ମାର୍କେଟିଙ୍ଗ୍ଡେଭଲପ୍ମେଣ୍ଟ୍ଫେଡେରେସନ୍ଇଣ୍ଡିଆ ଲିମିଟେଡ୍‌ (ଟ୍ରାଇଫେଡ୍‌) ପକ୍ଷରୁ ପ୍ରଥମଥର ପାଇଁ ଏଭଳି ଏକ ମେଳା ଆୟୋଜନ କରାଯାଇଛି। ଜନଜାତି ସାଂସ୍କୃତିକ ଉନ୍ମେଷକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବାଏହି ମେଳାରେ ଦେଶର ୨୨ଟି ରାଜ୍ୟରୁ ୨୦୪ କାରିଗର ଶିଳ୍ପୀ ଅଂଶଗ୍ରହଣ କରି ନିଜର ଖାଣ୍ଟି ଦେଶୀୟ ସାମଗ୍ରୀର ବିକ୍ରିବଟା କରୁଛନ୍ତି। ମୋଟ୍୧୦୪ଟି ଷ୍ଟଲ୍ଖୋଲିଥିବା ବେଳେ ଓଡ଼ିଶାର ବିଭିନ୍ନ ଆଦିବାସୀ ଅଞ୍ଚଳରୁ ଆସିଥିବା କାରିଗରମାନେ ୧୯ଟି ଷ୍ଟଲ୍ରେ ନିଜର ସାମଗ୍ରୀ କଳାବସ୍ତୁ ବିକ୍ରି କରୁଛନ୍ତି। ଏହା ବ୍ୟତୀତ ପରିସରରେ ୨୨ଟି ଖାଦ୍ୟ ଷ୍ଟଲ୍ରହିଛି। ଅର୍ଥାତ ମେଳାରୁ କିଣାକିଣି ବୁଲାବୁଲି ସାରିବା ପରେ ଲୋକେ ଏହି ପରିସରରୁ ଖାଣ୍ଟି ଓଡ଼ିଆ ଜନଜାତି ଖାଦ୍ୟର ସ୍ବାଦ ନେଇପାରିବ। ଆଦିବାସୀ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ଆଜି ଏହି ମହୋତ୍ସବକୁ ଉଦ୍ଘାଟନ କରି କହିଲେ, ଜନଜାତିର କାରିଗରଙ୍କୁ ବଜାର ଦେଇ ସେମାନଙ୍କୁ ଶ୍ରମିକରୁ ମାଲିକ ବନେଇବା ଆଦି ମହୋତ୍ସବ ଉଦ୍ଦେଶ୍ୟ। ଜନଜାତିର ଚାଷୀ କାରିଗର ବେଳେବେଳେ ଜାଗରୁକତା ଅଭାବରୁ ନିଜ ଦ୍ବାରା ପ୍ରସ୍ତୁତ କୃଷି ଦ୍ରବ୍ୟର ଉଚିତ୍ମୂଲ୍ୟ ପାଆନ୍ତି ନାହିଁ। ତେଣୁ ସେମାନଙ୍କ କାରିଗରୀକୁ ସମଗ୍ର ଦେଶରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଉତ୍ସାହିତ କରିବା ନେଇ ଆଜି ଆରମ୍ଭହୋଇଥିବା ଏହି ମହୋତ୍ସବ ପ୍ରତିବର୍ଷ ଏହି ସମୟରେ ଅନୁଷ୍ଠିତ ହେବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଅନନ୍ତ ନାୟକ, ଟ୍ରାଇଫେଡ୍ ଅଧ୍ୟକ୍ଷ ରମେଶ ଚାନ୍ଦ ମୀନା, ପୂର୍ବତନ ଅଧ୍ୟକ୍ଷା ସୁକେଶୀ ଓରାମ, ଡିଜିଏମ୍ସୁରେନ୍ଦ୍ର ଶର୍ମା ଉଦ୍ଘାଟନୀ ଅବସରରେ ବକ୍ତବ୍ୟ ରଖିଥିଲେ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ମେଳାକୁ ଲୋକେ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ବୁଲି ଦେଖି ପାରିବେ।

02/11/2019

Leave a Reply

Your email address will not be published. Required fields are marked *

Comments