Bikash Khabar
ରାଜଧାନୀର ରାସ୍ତା ପାଲଟିଛି ଆବର୍ଜନାମୟ,ତୁରନ୍ତ ସଫା ନ ହେଲେ ମାଡି ଆସିବ ରୋଗ

ଫୋନି ବାତ୍ୟା  ପରେ ଛାରଖାର ହୋଇଯାଇଛି ଉପକୂଳ ଓଡ଼ିଶା ସବୁଠାରୁ ଅଧିକ ପ୍ରଭଵିତ ହୋଇଛି ପୁରୀ,କଟକ ରାଜଧାନୀ ଭୁବନେଶ୍ୱର। ବାତ୍ୟା କୁ ବାର ଦିନ ବିଟିଲାଣି ହେଲେ ସୁଧୁରୁନି ରାଜଧାନୀର ପରିମଳ ବ୍ୟବସ୍ଥା ଗଲି କାନ୍ଦି ଠାରୁ ଆରମ୍ଭ କରି ମୁଖ୍ୟ ସଡ଼କ ଯାଏଁ ସବୁଠି କୁଢ଼,କୁଢ଼ ଆବର୍ଜନା ଗଦା ହୋଇଛି।ଅପରିଷ୍କାର ନଗ୍ନ ନମୁନା ରାଜଧାନୀର ଗଲି କନ୍ଦିରୁ ଦେଖିବାକୁ ମିଳୁଛି ପୁରୁଣା ଭୁବନେଶ୍ୱର ବିବେକାନନ୍ଦ ମାର୍ଗ, କପିଳେଶ୍ୱର,କପିଲପ୍ରସାଦ,ଶ୍ରୀରାମ ନଗର,ସାମନ୍ତରାପୁର,ଭୀମ ଟାଙ୍ଗି ,ରଥ ରୋଡ଼,ପୋଖରୀପୁଟ,ୟୁନିଟ ,ଖାରବେଳ ନଗର,ଶହୀଦ ନଗର ଅଂଚଳରେ ବାଟିଆପରଠାରୁ ଧରାଶାୟୀ ହୋଇଥିବା ଗଛ ତାର ଡ଼ାଳ ଗୁଡିକୁ ରାସ୍ତାରୁ ହଟାଇ ଦିଆଯାଇପାରିନାହିଁ ଏବେ ବି ରାଜରାସ୍ତା କଡରେ ମୋଡିମକଚି ହୋଇ ଶହ ଶହ ଗଛ ,ବିଜୁଳି ତାର, ବିଦ୍ୟୁତ ଖୁଣ୍ଟ କେବୁଲ ତାର ବିପଦଜନକ ଅବସ୍ଥାରେ ଝୁଲିରହିଛି ରାସ୍ତା ଘାଟରେ ଏବେ କୁଢକୁଢ ଅଳିଆ, ଆବର୍ଜନା ଗଦା ହୋଇଛି ସଫେଇ କର୍ମଚାରୀଙ୍କ ପାଖରେ ଯାଏଁ ଯନ୍ତ୍ରପାତି ଥିବାରୁ ଗଳିକନ୍ଦିରେ ଜମାହୋଇଥିବା ଗଛଡାଳ ତାରିଖ ଠାରୁ ସଫା ହୋଇ ପଡିରହିଥିବା ଆବର୍ଜନା ଉଠିପାରୁନାହିଁ ଆଇଁଷିଆ ଗନ୍ଧରେ ନାକଫାଟିପଡିଲାଭଳି ସ୍ଥିତି ଥିବାବେଳେ ମଶାସଂଖ୍ୟା ବହୁଗୁଣିତ ଭାବେ ବଢିଯାଇଛି ତୁରନ୍ତ ସଫା ହେଲେ ମ୍ୟାଲେରିଆ,ଜଣ୍ଡିସ, ଝାଡ଼ାବାନ୍ତିର ପ୍ରାଦୁର୍ଭାବ ଦେଖିବାକୁ ମିଳିବ

15/05/2019

Leave a Reply

Your email address will not be published. Required fields are marked *

Comments