Bikash Khabar
ଭୁବନେଶ୍ୱର ଏମ୍ସ ରେ ମିଳିବ ଡାଇଲିସିସ୍‌ ସୁବିଧା

ଆଜି ଭୁବନେଶ୍ୱର ଏମ୍ସ ପାଳନ କରୁଛି ତାର ସପ୍ତମ ଭିତ୍ତି ପ୍ରସ୍ତର ସ୍ଥାପନ ଦିବସ ଏହି ଅବସର ରେ ଏମ୍ସ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଆଜି ଠାରୁ  ଭୁବନେଶ୍ବର ଏମ୍ସ ହସ୍ପିଟାଲରେ କିଡ଼ନୀ ରୋଗୀ ମାନଙ୍କ ପାଇଁ  ଡାଇଲିସିସ୍ସୁବିଧା ଉପଲବ୍ଧ କରାଯାଉଛି ଆଜି  ଅତ୍ୟାଧୁନିକ ଡାଏଲିସିସ ୟୁନିଟ୍ ୧୫ଟି ମଡୁଲାର ଓଟି ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି ଏଥିସହ ଏମ୍ଆର୍ଆଇ ପାଇଁ ଅତ୍ୟାଧୁନିକ ଟେସଲା ମେଶିନ ମଧ୍ୟ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମେଶିନ ଲାଗିଲେ ଅଧିକ ରୋଗୀ ଏମ୍ଆର୍ଆଇ ସେବା ପାଇପାରିବେ। ତେବେ ଏଠାରେ ସମସ୍ତ ସୁପରସ୍ପେସିଆଲିଟି ସେବା ଆରମ୍ଭ ହୋଇଥିଲେ ମଧ୍ୟ ନେଫ୍ରୋଲୋଜି ବିଭାଗ ଖୋଲି ପାରି ଥିଲା।  ଯଦି  ଆଜି ଓଟି କାର୍ଯ୍ୟ ସମ୍ପୂର୍ଣ ହେବ  ତେବେ ଆଗାମୀ  ୨୧ରେ ଏହା ଖୋଲିବ ବୋଲି ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାଟମାନବେନ୍ସୂଚନା ଦେଇଛନ୍ତି। ସୋମବାର  ଭୁବନେଶ୍ୱର ଏମ୍ ପରିସରରେ ଚାରା ରୋପଣ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ରୁରାଲ ହେଲ୍ ଟ୍ରେନିଂ ସେଣ୍ଟରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶିକା କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଏନ୍ଟିପିସି ସହଯୋଗରେ ଏମ୍ସରେ ଏକ ବର୍ନ ୟୁନିଟ୍କାର୍ଯ୍ୟକ୍ଷମ ହେବ। ସେହିପରି ନାଲ୍କୋ ସହାୟତାରେ ୫୦୬ ଶଯ୍ୟା ବିଶିଷ୍ଟ ଏକ ଧର୍ମାଶାଳା କାର୍ଯ୍ୟ ଚାଲୁଥିବାବେଳେ ଖୁବ୍ଶୀଘ୍ର ଏହା ଲୋକଙ୍କ ସେବାରେ ଲାଗିପାରିବ ବୋଲି ଜଣାପଡ଼ିଛି।

15/07/2019

Leave a Reply

Your email address will not be published. Required fields are marked *

Comments