Bikash Khabar
ବଦଳୁଛି ପାଣିପାଗ,ଅବେଳରେ ଚାଲିଛି ଅଲିଭ ରିଡ଼ଲେ କଇଛ ଙ୍କ ଅଣ୍ଡାଦାନ

ବିରଳ ଅଲିଭ ରିଡ଼ଲେ କଇଁଛ ମାନେ ମୁଖ୍ୟତଃ ମାର୍ଚ୍ଚ ମାସରେ ଅଣ୍ଡାଦାନ କରିଥାନ୍ତି  ଚଳିତ ବର୍ଷ ରାଜ୍ୟର ବିଭିନ୍ନ ବେଳାଭୂମିରେ କଇଁଛ ମାନେ ଅଣ୍ଡାଦାନ କରିସାରି ସମୁଦ୍ରକୁ ଫେରିଗଲେଣି ଅଣ୍ଡାରୁ କୁନି ଶାବକ ମାନେ ବାହାରି ମଧ୍ୟ ସମୁଦ୍ର ମୁହାଁ ହୋଇସାରିଛନ୍ତି।ହେଲେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ବେଳାଭୂମିରେ ଗୋଟିଏ ପର୍ଯ୍ୟାୟରେ କଇଛ ମାନେ ମାର୍ଚ୍ଚ ମାସରୁ ଅଣ୍ଡା ଦେଇ ସାରିଥିବା ବେଳେ ଏବେ ପୁଣି କେତେକ କଇଛ ଅଣ୍ଡା ଦେଉଥିବାର ଦେଖିବାକୁ ମିଳୁଛି।

ସାଧାରଣତଃ ଅଲିଭ ରିଡ଼ଲେ କଇଛ  ଅଣ୍ଡାଦାନ  ପ୍ରକ୍ରିୟାରେ ସାମିଲ ହେବ ପାଇଁ କଇଁଛ ମାନେ ଅକ୍ଟୋବର ଶେଷ ସପ୍ତାହରୁ ଗହୀରମଥା ଉପକୂଳରେ ସମାଗମ ହୋଇଥାନ୍ତି ଦୀର୍ଘ ୪ମାସ ଧରି ମିଳନ ପ୍ରକ୍ରିୟାରେ  ସାମିଲ ହେବା ପରେ ଫେବ୍ରୁଆରିରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ମଧ୍ୟରେ ସେମାନେ ଅଣ୍ଡା ଦେଇ ଥାନ୍ତି ଚଳିତବର୍ଷ  ଫେବ୍ରୁଆରି ୨୬ରୁ ମାର୍ଚ୍ଚ ତାରିଖ ଯାଏଁ ୪ଲକ୍ଷ ୫୨ ହଜାର ୨୪୯ ଅଲିଭରିଡ଼ଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ନାଶି-୨ରେ ଏହି ଗଣ ଅଣ୍ଡାଦାନ ପ୍ରକ୍ରିୟା ହୋଇଥିଲା। ଚଳିତବର୍ଷ ଏପ୍ରିଲ ୧୫ରୁ ୨୦ ତାରିଖ ଯାଏଁ କଇଁଛ ଅଣ୍ଡାରୁ ଅଢ଼େଇ କୋଟି କଇଁଛ ଶାବକ ବାହାରି ସମୁଦ୍ରକୁ ଚାଲି ଯାଇଛନ୍ତି। ମାତ୍ର ଏବେ ବିରଳ ଅଲିଭରିଡ଼ଲେ କଇଁଛଙ୍କୁ ନେଇ ଅସ୍ବାଭାବିକ  ଘଟଣା ସାମ୍ନାକୁ ଆସିଛି।ଅଣ୍ଡାଦାନ ପ୍ରକ୍ରିୟା ସରିଯାଇଥିବାବେଳେ ଏବେ କିନ୍ତୁ  ପ୍ରତିଦିନ ୩୦ରୁ ୫୦ କଇଁଛ ୪୦ରୁ ୫୦ ସେଣ୍ଟିମିଟର ଗାତ ଖୋଳି ଅଣ୍ଡାଦାନ ଜାରି ରଖିଛନ୍ତି। ସୁଦୂର ଜାଫନା ଉପକୂଳରୁ ହଜାର ହଜାର ିଲୋମିଟର ଅତିକ୍ରମ କରି ଏହି କଇଁଛ ଗହୀରମଥାରେ ଭିଡ଼ ଜମାଇଛନ୍ତି। ମେ ମାସରେ କଇଛ ଙ୍କ ଅଣ୍ଡାଦାନ ଏଠାରେ ଆଗରୁ କେବେବି ଦେଖାଯାଇନଥିଲା ଜଳବାୟୁ ପରିବର୍ତ୍ତନ ଏହା ଏକ ସୂଚକ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି

17/05/2019

Leave a Reply

Your email address will not be published. Required fields are marked *

Comments