Bikash Khabar
ସରକାରୀ ସ୍କୁଲରେ ସବୁ ପିଲାଙ୍କୁ ମିଳିବ ଜୋତା ଓ ଡ୍ରେସ୍

ଏଣିକି କେବଳ ଗରିବ ପରିବାରର ନୁହେଁ, ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଜୋତା ଡ୍ରେସ୍।  ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।  ପୂର୍ବରୁ କେବଳ ବିପିଏଲ୍ ପରିବାରର ପିଲାଙ୍କୁ ଜୋତା ଡ୍ରେସ୍ ମିଳୁଥିଲା। ହେଲେ ଏଣିକି ସବୁ ସରକାରୀ ସ୍କୁଲ୍ ପିଲାଙ୍କୁ ଜୋତା ଡ୍ରେସ୍ ସହ ପରିଚୟପତ୍ର ମଧ୍ୟ ମିଳିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ।ତେବେ ପୋଷାକ ଦେଇ ମୂଳ ପ୍ରସଙ୍ଗରୁ ସରକାର ଓହରି ପାରିବେ ନାହିଁ ବୋଲି ଅଭିଭାବକ ଙ୍କ ମହଲରେ ଚର୍ଚା ହେଉଛି। କେବଳ ବିପିଏଲ ନୁହଁ ସବୁ ବର୍ଗର ପିଲାଙ୍କୁ ମାଗଣା ପୋଷାକ ଜୋତା ଦେବା ଏକ ଭଲ ନିଷ୍ପତ୍ତି କିନ୍ତୁ ସ୍କୁଲ ଗୁଡିକରେ ପାଚେରୀ,ପିଇବା ପାଣି,ଶୌଚାଳୟ ଭଳି ମୌଳିକ ଆବଶ୍ୟକତା ଗୁଡିକ ପୂରଣ ହେବା ମଧ୍ୟ ଉଚିତ

19/09/2019

Leave a Reply

Your email address will not be published. Required fields are marked *

Comments