Bikash Khabar
ବଦଳିବ ଭୁବନେଶ୍ୱର ର ସବୁ ପାର୍କର ଚେହେରା, ବିଜୁ ପଟ୍ଟନାୟକ ପାର୍କ ହେବ ଦେଶର ଏକ ଶ୍ରେଷ୍ଠ ପାର୍କ

ବିଜୁ ପଟ୍ଟନାୟକ ପାର୍କରେ ଅନ୍ତର୍ଜାତୀୟମାନର ସୁବିଧା ସୁଯୋଗ ଉପଲବ୍ଧ କରାଇବା ସହ ଦେଶର ଏକ ଶ୍ରେଷ୍ଠ ପାର୍କରେ ପରିଣତ କରାଯିବ। ଏହାସହ ରାଜଧାନୀର ସବୁ ପାର୍କର ଚେହେରା ଆସନ୍ତା ନଭେମ୍ବର ସୁଦ୍ଧା ବଦଳିଯିବ ବୋଲି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ରାଜଧାନୀର ସମସ୍ତ ପାର୍କର ଉନ୍ନତି ସୌନ୍ଦର୍ଯ୍ୟକରଣ ପାଇଁ ଉନ୍ନତି ଭବନରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ବିଜୁ ପଟ୍ଟନାୟକ ପାର୍କ ସମେତ ମଧୁସୂଦନ ଦାସ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କରେ ଡିଜିଟାଲ ବୋର୍ଡ, ସାଉଣ୍ଡ୍ ସିଷ୍ଟମ, ଖାଦ୍ୟ ପାନୀୟ କିଓସ୍କ, ରେସ୍ତୋରାଁ, କାଫେଟାରିଆ, ଲେଡିଜ୍ କର୍ଣ୍ଣର୍ ଆଦି ବ୍ୟବସ୍ଥା କରାଯିବ।

ଏହାସହ ବୁଦ୍ଧ ଜୟନ୍ତୀ ପାର୍କରେ ଫରେଷ୍ଟ ଟ୍ରେଲ୍ସୁବିଧା ଉପଲବ୍ଧ। ପ୍ରତ୍ୟେକ ପାର୍କରେ ଜଣେ ଜଣେ ଯୋଗ ଶିକ୍ଷକ ରଖିବା ସହ ଚାରା ବିକ୍ରୟ ଜୈବିକ ଖତ ସାର ଉପଲବ୍ଧ ହେବ। ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ସହାୟତାରେ ପ୍ରତି ସପ୍ତାହରେ ପାର୍କ ଉତ୍ସବ ଆୟୋଜନ ହେବ। ଏହି ଉତ୍ସବରେ ଯୋଗ କ୍ଲାସ୍, ମ୍ୟୁଜିକ୍, ଆର୍ଟ, ଥିଏଟର୍, ପିଲାମାନଙ୍କ ପାଇଁ ଖେଳ, କୌତୁକ ବେଶ ପ୍ରତିଯୋଗିତା, ଫ୍ଲି ମାର୍କେଟ୍, କମ୍ୟୁନିଟି ଗାର୍ଡେନିଂ, ଫିଲ୍ମ ନାଇଟ୍, କବିତା ପାଠୋତ୍ସବ, ସଚେତନତା କାର୍ଯ୍ୟକ୍ରମ, କଳା ପ୍ରଦର୍ଶନୀ, ଖାଦ୍ୟ ପ୍ରସ୍ତୁତି କର୍ମଶାଳା, ଶାରୀରିକ କଳା, ଗଳ୍ପ କଥନ ଆଦି କାର୍ଯ୍ୟକ୍ରମେହବ। ପାର୍କ ଭିତର ରାସ୍ତାକୁ ୫ରୁ ୬ଫୁଟ ପର୍ଯ୍ୟନ୍ତ ଓସାର କରିବାକୁ ନିଷ୍ପତ୍ତି ହୋଇଛି। ପାର୍କ ଗୁଡ଼ିକରେ ଗୁଳ୍ମ ଜାତୀୟ ଗଛ ଲଗାଇବା ସହ ଉପଲବ୍ଧ କରିବା ତାଲିକାଭୁକ୍ତ ଏଜେନ୍ସିମାନଙ୍କ ଦ୍ବାରା ଲ୍ୟାଣ୍ଡସ୍କେପିଂ କାର୍ଯ୍ୟ କରିବା ପାଇଁ ସ୍ଥିର ହୋଇଛି। ନଭେମ୍ବର ୧୫ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ବିଡିଏ ଉପାଧ୍ୟକ୍ଷ କହିଛନ୍ତି।

18/09/2019

Leave a Reply

Your email address will not be published. Required fields are marked *

Comments