Bikash Khabar
ଶିଶୁଙ୍କ ପାଇଁ ନିଜ ଜାଗାରେ କେନ୍ଦ୍ର ଖୋଲି ଉଦାହରଣ ହୋଇଛନ୍ତି ଅଙ୍ଗନବାଡି ଦିଦି

 ଫନିରେ ଅଙ୍ଗନବାଡ଼ି ଘର ଭାଙ୍ଗିଗଲା। ଗାଁର କୁନି କୁନି ପିଲା କେମିତି ପଢ଼ିବେ। ଏହି ଚିନ୍ତା ଘାରୁଥିଲା ପ୍ରତିମାଙ୍କୁ। ଶେଷରେ ସେ ନେଲେ ଏକ ବଡ଼ ନିଷ୍ପତ୍ତି। ନିଜସ୍ବ ଉଦ୍ୟମରେ ଖୋଲିଲେ ଏକ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ବଳପୁରର ପଣ୍ଡାସାହିରେ ପ୍ରତିମା ମହାରଣା ଏହି ଅଙ୍ଗନବାଡ଼ି ଖୋଲି ସୃଷ୍ଟି କରିଛନ୍ତି ନିଆରା ଉଦାହରଣ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ସୂଚନା ଅନୁଯାୟୀ, ବାତ୍ୟା ଫନିରେ ବଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲୁଥିବା ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଭାଙ୍ଗି ପଡ଼ିଥିବାରୁ କୁନିକୁନି ପିଲାମାନେ ପାଠ ପଢ଼ିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପିଲାମାନଙ୍କ ପାଠପଢ଼ା ପାଇଁ ଅଣ୍ଟା ଭିଡ଼ିଥିଲେ ଅଙ୍ଗନବାଡ଼ି ଦିଦି ପ୍ରତିମା। ସରକାରୀ ସହାୟତାକୁ ଅପେକ୍ଷା ନକରି ଦରମା ଟଙ୍କାରେ ନିଜ ଜାଗାରେ ଅଙ୍ଗନବାଡ଼ି କାମ ଆରମ୍ଭ କରିଥିଲେ। ଝାଟିମାଟିରେ ଏକ ଛୋଟିଆ ଘର ତିଆରି କରି ଏହା ଉପରେ ତମ୍ବୁ ପକାଇ ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପାଠପଢ଼ା। ସେହିପରି ପରିବେଶକୁ ସୁନ୍ଦର କରିବା ପାଇଁ ଏହି କେନ୍ଦ୍ର ଆଗରେ ଏକ ଫୁଲ ବଗିଚା ତିଆରି କରିଥିଲେ। ପିଲାମାନେ ଯେପରି ଶାନ୍ତିରେ ପାଠ ପଢ଼ିବା ସହ ଖେଳକୁଦ କରିପାରିବେ ସେଥିପାଇଁ ପ୍ରତିମା ସବୁ ବ୍ୟବସ୍ଥା ମଧ୍ୟ କରିଥିଲେ। ସଂପର୍କରେ ରାଜ୍ୟ ଶିଶୁ କଲ୍ୟାଣ ମନ୍ତ୍ରୀ ଜାଣିବା ପରେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ପ୍ରତିମାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେଠାରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ରାଜ୍ୟ ସରକାର ଖୁବ୍ଶୀଘ୍ର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

15/11/2019

Leave a Reply

Your email address will not be published. Required fields are marked *

Comments