Bikash Khabar
୫୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି କଳ୍ପନା

 ନା ପାଠର କିଛି ବୟସ ଅଛି ନା ପରୀକ୍ଷାର। କିନ୍ତୁ ସଂସାର ବୋଝ ସହ ପାଠ ପଢ଼ିବା ଜଣେ ମହିଳାଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର। ଏହିଭଳି ଏକ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ୫୦ ବର୍ଷୀୟା ମହିଳା। ଏହି ବୟସରେ ସେ ଏବେ ମାଟ୍ରିକ୍ପରୀକ୍ଷା ଦେଉଛନ୍ତି। ମହିଳା ଜଣକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ଅନ୍ତର୍ଗତ ମାକିଡିଆର କଳ୍ପନ। ପଶ୍ଚିମବଙ୍ଗ ଦାନ୍ତୁନ ଥାନା ବାଲିଡାଙ୍ଗିରି ଗାଁରେ ତାଙ୍କ ଶାଶୂ ଘର। ଝିଅ ଦୁଇ ଜଣ ବାହା ହୋଇସାରିଛନ୍ତି। ପୁଅ ଏବେ ଯୁକ୍ତ ପଢୁଛି। ଗତବର୍ଷ ବାପ ଘରକୁ ବୁଲିବାକୁ ଆସିଥିଲେ କଳ୍ପନା। ଜଳେଶ୍ବର ଶ୍ରୀ ଚୈତନ୍ୟଦେବ ହାଇସ୍କୁଲରେ ଖୋଲାଯାଇଥିବା ମୁକ୍ତ ବିଦ୍ୟାଳୟ ଶାଖା ସମ୍ପର୍କରେ ଶୁଣିଥିଲେ। ଏବେ ବି ପାଠ ପଢ଼ି ମାଟ୍ରିକ ପରୀକ୍ଷା ଦେଇହେବ ବୋଲି ଜାଣିବାକୁ ପାଇଥିଲେ। କଥା ଜାଣିବା ପରେ ଅତୀତର ଅବସୋସକୁ ପୁଣି ପୂରଣ କରିବା ପାଇଁ ସୁଯୋଗ ପାଇବା ପରେ ଆଉ ହାତଛଡ଼ା କରିନଥିଲେ। ୨୦୧୯ ମାର୍ଚ୍ଚ ୧୨ ଥିଲା ତାଙ୍କ ପାଇଁ ଐତିହାସିକ ଦିନ। କାରଣ ସେଦିନ ସେ ମାଟ୍ରିକ ପରୀକ୍ଷା ଦେବା ପାଇଁ ନାମ ଲେଖାଇଥିଲେ। ବୟସରେ ମାଟ୍ରିକ ପରୀକ୍ଷାର ଇଚ୍ଛାକୁ ତାଙ୍କ ପରିବାର ଲୋକେ ମଧ୍ୟ ସମର୍ଥନ କରିଥିଲେ। କମାୟଶାଳିଆ ମନୋରଞ୍ଜନ ସୀମାନ୍ତ ହାଇସ୍କୁଲରେ ପରୀକ୍ଷା ଦେଉଛନ୍ତି କଳ୍ପନା। ଏପର୍ଯ୍ୟନ୍ତ ସରିଥିବା ବିଷୟଗୁଡ଼ିକରେ ଭଲ ବି କରିଛନ୍ତି। ଆଗକୁ ଥିବା ପରୀକ୍ଷାରେ ବି ଭଲ କରିବେ ବୋଲି ଆଶା ରଖିଛନ୍ତି ସେ।

24/02/2020

Leave a Reply

Your email address will not be published. Required fields are marked *

Comments