Bikash Khabar
ଧାରା ୩୭୦ ଉଛେଦ,କାଶ୍ମୀର ପଣ୍ଡିତ କହିଲେ ସ୍ବପ୍ନ ହେଲା ସତ

ଧାରା ୩୭୦ ଉଚ୍ଛେଦ ପାଇଁ ରାଜ୍ୟସଭାରେ ବିଧେୟକ ପାରିତ ହେବା ପରେ ଏହା ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି ବୋଲି କାଶ୍ମୀର ପଣ୍ଡିତମାନେ ମତ ଦେଇଛନ୍ତି ୧୯୮୯ ମସିହାରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଆରମ୍ଭ ହେବା ପରେ ଅନେକ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା ନିଜର ନିଜ ପରିବାରର ଜୀବନ ବଞ୍ଚାଇବା ପାଇଁ ଅନେକ କାଶ୍ମୀର ପଣ୍ଡିତ କାଶ୍ମୀର ଛାଡି ଦେଶର ଅନ୍ୟ ଅଂଶରେ ବସବାସ କରିଥିଲେ ମାତ୍ର ଧାରା ୩୭୦ ଉଚ୍ଛେଦ ପରେ ଏହା ଅନେକ ଦିନର ସ୍ୱପ୍ନ ସତ ହୋଇଛି ବୋଲି କାଶ୍ମୀର ପଣ୍ଡିତମାନେ ପ୍ରକାଶ କରିଛନ୍ତି ଅନେକ କାଶ୍ମୀର ପଣ୍ଡିତ ନିଜ ପରିବାର ସହ କେବଳ ଗୋଟିଏ ସୁଟ୍କେଶ୍ଧରି କାଶ୍ମୀର ଛାଡିଥିଲେ ଏହି ବିଧେୟକ ପାରିତ ହେବା ପରେ ଦେଶର ବିଭିନ୍ନ ଅଂଶରେ ମିଠା ବାଣ୍ଟିବା ସହ ଖୁସୀ ମନାଇଛନ୍ତି ଏହାପରେ କାଶ୍ମୀରେ ଶାନ୍ତି ଆସିବ ସେମାନେ ପୁଣି ନିଜ ଜନ୍ମସ୍ଥାନକୁ ଫେରି ପାରିବେ ବୋଲି କହିଛନ୍ତି ୧୯୮୯ ସ୍ମୃତି କୁ ମନେପକାଇ ଜଣେ ପଣ୍ଡିତ କହିଛନ୍ତି ଯେ ରୁ ଲକ୍ଷ ହିନ୍ଦୁ କାଶ୍ମୀର ପଣ୍ଡିତଙ୍କୁ ଭିଟାମାଟିରୁ ବେଦଖଲ କରି ଜାମ୍ମୁ କୁ ଶ୍ରୀହୀନ କରିଦିଆଯାଇଥିଲା  ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଉପତ୍ୟକା ଛାଡିବା ପାଇଁ ସୂଚନା ଦେବା ସହ ବହୁ ହିନ୍ଦୁ ମହିଳାଙ୍କୁ ବଳାତ୍କାର ସହ ନୃସଂଶ ଭାବେ ହତ୍ୟା କରାଯାଇଥିଲା ଆଜି ୩୭୦ ଧାରା ଉଛେଦ ପରେ ଆମେ ଜାମ୍ମୁ କାଶ୍ମୀର ରେ ଶାନ୍ତି ସମୃଦ୍ଧି ପ୍ରତିଷ୍ଠା ହେବାର ବିଶ୍ୱାସ କରିପାରୁଛୁ 

06/08/2019

Leave a Reply

Your email address will not be published. Required fields are marked *

Comments