Bikash Khabar
ବଦଳିଗଲା ଜମ୍ମୁକାଶ୍ମୀର ଯାହା ୭୦ ବର୍ଷରେ ହୋଇନଥିଲା ତାହା ମୋଦି ସରକାର ସମୟରେ ସମ୍ଭବ ହେଲା

ଜମ୍ମୁ-କାଶ୍ମୀରକୁ ନେଇ ମୋଦି ସରକାର ସୋମବାର ଏକ  ଐତିହାସିକ ନିଷ୍ପତି ନେଇଛନ୍ତି ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ଜମ୍ମୁ-କାଶ୍ମୀରରୁ ହଟିଛି ଧାରା ୩୭୦ ଲଦାଖକୁ ଜମ୍ମୁ-କାଶ୍ମୀର ଠାରୁ ଅଲଗା କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ଏହି ଘୋଷଣା ସହ ଜମ୍ମୁ-କାଶ୍ମୀର ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇଛି ଜମ୍ମୁ-କାଶ୍ମୀର କୁ  କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏନେଇ ରାଜ୍ୟସଭାରେ ଘୋଷଣା କରିବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚା ଆରମ୍ଭ ହୋଇଛି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଉଭୟ ଗୃହରେ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ କହିଥିଲେ ଯେ ଜାମ୍ମୁ କାଶ୍ମୀର ପରିବର୍ତେ ଏବେ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟ ହେବ ଗୋଟିକ ନାମ ଜାମ୍ମୁ କାଶ୍ମୀର ହେବ ବେଳେ ଅନ୍ୟଟିର ନାମ ଲଦାଖ ହେବ  ଦୁଇ କେନ୍ଦ୍ର ଶାଶିତ ରାଜ୍ୟର ଶାସନ ଭାର ଲେଫ୍ଟନେଣ୍ଟ ଗଭର୍ନର ଙ୍କ ହାତରେ ରହିବ ଜାମୁ କାଶ୍ମୀର ରେ ବିଧାନସଭା ରହିବ ଏହାର କାର୍ଯ୍ୟକାଳ ବର୍ଷ ବଦଳରେ ବର୍ଷ ରହିବ। କିନ୍ତୁ ଲଦାଖରେ ବିଧାନସଭା ରହିବ ନାହିଁ  ଅନୁଛେଦ ୩୭୦ ଗୋଟିଏ ଭାଗ ରେ କୌଣସି ପରିବର୍ତ୍ତନ କରାଯାଇନାହିଁ  ଯେଉଁଥିରେ ରାଷ୍ଟ୍ରପତି କୌଣସି ପରିବର୍ତ୍ତନ ଆଦେଶ ଜାରି କରିପାରିବେ  ଦେଶର ସୁରକ୍ଷା ଏବଂ ସିମ୍ପର ଆତଙ୍କବାଦୀ ମାନଙ୍କ ଉପରେ ନଜର ରଖିବା ପାଇଁ କେନ୍ଦ୍ର ଶାଶିତ ରାଜ୍ୟର ମାନ୍ୟତା ଦେବାର ଉଦେଶ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ ଗୃହମନ୍ତ୍ରୀ  ଶାହା ଙ୍କ ଉପସ୍ଥାପନା ପରେ ଏହାକୁ କଂଗ୍ରେସ ଅନ୍ୟ ବିରୋଧୀ ଦଳର ମୁଷ୍ଟିମେୟ ସଦସ୍ୟ ବିରୋଧ କରିଥିଲେ ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା  କୌଣସି ହିଂସା, ଦଙ୍ଗା ଭଳି ଘଟଣାକୁ ଏଡାଇବା ପାଇଁ କାଶ୍ମୀର ରବିବାର  ମଧ୍ୟରାତ୍ରିୀରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ କାଶ୍ମୀର   କିଛି ବିଛିନ୍ନତାବାଦି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିଲା  କାଶ୍ମୀର ଘାଟିରେ ଇଣ୍ଟରନେଟ ସେବା ବିଛିନ୍ନ କରିଦିଆଯାଇଛି   ଅଧିକ ସଂଖ୍ୟକ କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ନିୟୋଜିତ କରିବା ପରେ ପର୍ଯ୍ୟଟକ ବାହାର ଲୋକଙ୍କୁ କାଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ସୋମବାର ସକାଳୁ କେନ୍ଦ୍ର କ୍ୟାବିନେଟ ବୈଠକ ପରେ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ନେଇ ଘୋଷଣା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା

05/08/2019

Leave a Reply

Your email address will not be published. Required fields are marked *

Comments