Bikash Khabar
ଚିତ୍ରରେ ଜୀବନ ର ସତ୍ୟତା କୁ କାନଭାସ ରେ ରୁପଦେଲେ ଶିଳ୍ପୀ ପଞ୍ଚାନନ

ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଧଉଳିଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ପୁଡୁଚେରୀ  ସହରର ଅରୋ ଧନ ଆର୍ଟ ଗ୍ୟାଲେରୀଠାରେ ଉଦ୍ଘାଟନ ହୋଇଯାଇଛି ଏହି ପ୍ରଦର୍ଶନୀକୁ ଟାଗୋର ଆର୍ଟସ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ .ଏମ୍. ରାଜନ ଅରୋଧନ ଆର୍ଟ ଗ୍ୟାଲେରୀର ନିର୍ଦେଶକ  ଲଳିତ ବର୍ବା ଉଦ୍ଘାଟନ କରିଥିଲେ ପ୍ରଦର୍ଶନୀରେ ଶ୍ରୀ ସାମଲଙ୍କ ମୋଟ୍ ୨୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି ଯେଉଁଥିରୁ ୧୫ଟି ସମସାମୟିକ ସୃଜନଶୀଳ କଳା ଶୈଳୀରେ ଅଙ୍କିତ ହୋଇଥିବା ବେଳେ ୫ଟି ଚିତ୍ର ଏବଷ୍ଟ୍ରାକ୍ଟ ପର୍ଯ୍ୟାୟ  ଶୈଳୀରେ ଅଙ୍କିତ ହୋଇଥିଲା ଶ୍ରୀ ସାମଲଙ୍କ ଚିତ୍ରରେ ଭାରତୀୟ ସଂସ୍କୃତି ଏବଂ ସେଥିରେ ବୃଷଭର ଉପସ୍ଥାପନାକୁ ଦର୍ଶାଇବା ସ୍ଥଳେ ସ୍ଥାନେ ସ୍ଥାନେ ସେ ବୃଷଭର ଅବସ୍ଥିତିକୁ ମଣିଷର ପାରିବା ପଣର ଶୈଳୀକୁ ଚିତ୍ରାୟିତ କରିଛନ୍ତି ଚିତ୍ରଗୁଡ଼ିକ ଗ୍ୟାଲେରୀର ଦର୍ଶକଙ୍କୁ ନୂତନ ଦୃଶ୍ୟାନୁଭୂତି ପ୍ରଦାନ କରିଥିଲେ ଏହି ଅବସରରେ ପୁଡୁଚେରୀ ରେ ପ୍ରବାସୀ ଓଡ଼ିଆ ଚିତ୍ରଶିଳ୍ପୀ ପ୍ରଭାତ ରାଉତରାୟଙ୍କ ସହ ପନ୍ଦିଚେରୀର ବିଶିଷ୍ଟ ଚିତ୍ରଶିଳ୍ପୀ କେ.ଏମ୍. ସରୋବରଂ, ମନୁସ୍ୱାମୀ, ରାଜେନ୍ଦ୍ରନ୍, ଏଲ୍. କାତାପ୍ପାନେ, ମାଗେସ୍, ଜୟରାମନ, ହୀରାଲାଲ ରାଉତ ପ୍ରଶାନ୍ତ ମାଝି ପ୍ରମୁଖ ଶ୍ରୀ ସାମଲଙ୍କ ଚିତ୍ର ସମୀକ୍ଷା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏହି ପ୍ରଦର୍ଶନୀ ଚଳିତ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ  

10/11/2019

Leave a Reply

Your email address will not be published. Required fields are marked *

Comments