Bikash Khabar
୫୬ ବର୍ଷରେ ବିଇଡି,୭୬ ବର୍ଷର ଏହି ମହିଳା ଖୋଲିଛନ୍ତି ନିଜେ ଏକ ସ୍କୁଲ

ମାଙ୍କ ମୃତ୍ୟୁ ପରେ ପିଲାଦିନୁ କାନ୍ଧ ଉପରେ ପଡିଥିଲା ରୋଷେଇର ବୋଝ। ୧୫ ବର୍ଷ ବୟସରେ ସ୍କୁଲ ବାରଣ୍ଡା ମାଡି ପାରି ଥିବା ଏହି ମହିଳା ବହିର କଳାଅକ୍ଷରକୁ ମହିଷୀର ଆଖି ବୋଲି ଭାବି ଡରୁଥିଲେ କିନ୍ତୁ ତାଙ୍କ ମନ ଭିତରେ ଥିଲା ପାଠ ପଢ଼ିବାର ଅଦମ୍ୟ ଇଛା ଛୋଟ ପିଲା ଙ୍କ ପାଖରେ ଶାଢ଼ୀ ପିନ୍ଧା ଏହି ମହିଳା ସିଲଟ ଧରି ପଢି ବସୁଥିବା ବେଳେ ଆଖପାଖ ଲୋକେ ଟାପରା କରୁଥିଲେ କିନ୍ତୁ ମହିଳା ଜଣଙ୍କ ଥିଲେ ଅବିଚଳିତ ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଗଲା। ଶ୍ୱଶୁରାଳୟରେ  ଲେଖାପଢ଼ା କରିବାକୁ ସୁବିଧା ମିଳିବ ସତ୍ୱେ ଏହି ମହିଳା ନିଜ ପିଲା ମାନଙ୍କ ପଢା ବହି ପଢି ପଢି ଘରୋଇ ଭାବେ ଗ୍ରାଜୁଏସନ ସମାପ୍ତି କରିଥିଲେ। ଏତିକିରେ ମନ ମାନି ନଥିଲା ତାଙ୍କର ନିଜ ଝିଅ ସହିତ ବିଇଡି ଶିକ୍ଷା ସମାପ୍ତ କଲେ ବିଇଡି ଉତ୍ତୀନ୍ନ ହେଲା ବେଳକୁ ତାଙ୍କ ବେଶ ୫୬ ବର୍ଷ ଟପିଯାଇଥିଲା ଆଜି ସେ ନିଜେ ଏକ ସ୍କୁଲ ଖୋଲି ପିଲାଙ୍କୁ ପଢାଇବାର ଦାୟିତ୍ୱ ନେଇଛନ୍ତି। ଏଭଳି ଏକ ରୋଚକ ଜୀବନ କାହାଣୀର ଅଧିକାରୀ ହେଉଛନ୍ତି ଯୋଧପୁର ପ୍ରତାପ ନଗରୀ ଅଯୋଧ୍ୟା କୁମାରୀ ଦେବୀତାଙ୍କୁ ଯେତେବେଳେ ମାସ ସେତେବେଳେ ସେ ମାତୃହରା ହୋଇଥିଲେ ପରିବାର ସ୍ଥିତି ଭଲ ଥିଲା ପିତା ଜଗଦୀଶ ନାରାୟଣ ଶର୍ମା ଜୟପୁର ଏକ ମନ୍ଦିର ରେ ପୂଜକ ଥିଲେ। ଅଯୋଧ୍ୟା ନିଜ ସ୍କୁଲ ଯିବା ବୟସରେ ବଡ଼ ଭଉଣୀ ସହ ମିଶି ଘର କାମ କରୁଥିଲେ।୧୯୬୨ ରେ ବିବାହ କରି ଶାଶୁ ଘରକୁ ଆସିବା ପରେ ସେ ଟିକେ ଅବସର ମାତ୍ରେ ବହି ଧରି ବସିଯାଉଥିଲେ ପରେ ନିଜ ପୁଅ ଝିଅ ଙ୍କ ବହି ପଢି ପଢି ସେ ଗ୍ରାଜୁଏସନ ପରେ ବିଇଡି କରି ପାରିଥିଲେ ୨୦୦୧ ରେ ନିଜସ୍ୱ ଉଦ୍ୟମରେ ମହର୍ଷି ପବ୍ଲିକ ସ୍କୁଲ ନାଁରେ ସ୍କୁଲଟିଏ ତିଆରି କରିଥିଲେ। ଅଯୋଧ୍ୟା କୁମାରୀ ରୁ ୮ମ ଶ୍ରେଣୀର ପିଲାଙ୍କୁ ହିନ୍ଦୀ ପଢ଼ାଉଛନ୍ତି ତାଙ୍କ ସହ ସିଧା ସଳଖ ଆପଣ ୦୯୪୧୪୧୨୭୭୮୬ ରେ କଥା ହୋଇ ପାରିବେ    

20/08/2019

Leave a Reply

Your email address will not be published. Required fields are marked *

Comments