Bikash Khabar
କରୋନା କାଳରେ ୨ ଲକ୍ଷ ଅଟୋ ଚାଳକ ଙ୍କ ଜୀବିକା ବିପନ୍ନ

ମାର୍ଚ୍ଚ ୨୪ ତାରିଖ ପରଠାରୁ ଗଡ଼ୁନି ଅଟୋ କୁଆଡେ ଯିବେ କେଉଁ କାମ କରିବେ ଏଭଳି  ଚିନ୍ତାରେ ହଜାର ହଜାର ଅଟୋ ଚାଳକ। ଅଟୋ ଗଡୁନି କି ଗଡ଼ାଇବା ପାଇଁ ପାଖରେ ସମ୍ବଳ ବି ନାହିଁ। ଏପଟେ ବ୍ୟାଙ୍କ ଖାତାରେ ବଢ଼ି ଚାଲିଛି ଋଣଭାର। ସ୍ଥିତି ଏମିତି ଯେ, ଘରଭଡ଼ା ଦେବାକୁ ଟଙ୍କା ନଥିବାରୁ ଏବେ ଅଟୋଚାଳକ ସହର ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଯେଉଁମାନେ ପଡ଼ି ରହିଛନ୍ତି, ସେମାନଙ୍କ ଅବସ୍ଥା ସଙ୍ଗିନ। କେବଳ କଟକ ନୁହେଁ; ରାଜ୍ୟର ପାଖାପାଖି ଲକ୍ଷ ଅଟୋଚାଳକ ଏବେ ସେମାନଙ୍କ ଜୀବିକା ଚିନ୍ତାରେ। ସୂଚନା ଅନୁସାରେ, ରାଜ୍ୟରେ ନିଖିଳ ଓଡିଶା ଅଟୋ ଚାଳକ ମହାସଂଘ ଅଧୀନରେ ରହିଛନ୍ତି ପାଖାପାଖି ଦେଢ ଲକ୍ଷ ଅଟୋ। ସେମାନଙ୍କର ପ୍ରତି ଜିଲ୍ଲାରେ ସଂଘ ମଧ୍ୟ ରହିଛି। ଏହା ବାଦ୍ରାଜ୍ୟରେ ଅଟୋ, ଟାଟା ମ୍ୟାଜିକ୍, ଡାଲା ଅଟୋ ଆଦି ସଂଖ୍ୟାକୁ ଯଦି ମିଶାଯାଏ ତେବେ ଏହା ଲକ୍ଷ ଟପିଯିବ। ଲକ୍ଡାଉନ୍ପରଠାରୁ ୫ମାସ ହେଲା ସେମାନଙ୍କ ଜୀବନଜୀବିକା ବ୍ୟାପକ ଭାବେ ପ୍ରଭାବିତ। ପ୍ରଶାସନ ଅଟୋ ଚଳାଚଳ ପାଇଁ ଅନୁମତି ଦେଉଥିଲେ ସୁଦ୍ଧା କାଁ ଭାଁ ଅଟୋକୁ ଛାଡ଼ି ବାକି ସବୁ ଅଟୋ ବନ୍ଦ। ଯେଉଁ ସବୁ ଅଟୋକୁ ଚଳାଚଳ ପାଇଁ ଅନୁମତି ମିଳୁଛି, ସେଥିରେ ବି ଗ୍ରାହକ ଆସୁ ନଥିବାରୁ ାଲିରହୁଛି ଅଟୋ। ଅଧିକାଂଶ ଅଟୋଚାଳକ ବିଭିନ୍ନ ସଂସ୍ଥାରୁ ଋଣ କରିଥିବାବେଳେ ଏବେ କିସ୍ତି ଟଙ୍କା କିଭଳି ପୈଠ କରିବେ, ଚିନ୍ତାରେ ବସିଛନ୍ତି। ପରିବାର ପାଇଁ ଖାଦ୍ୟର ବ୍ୟବସ୍ଥା କରିବେ ନା ଋଣ ପରିଶୋଧ କଥା ଚିନ୍ତା କରିବେ, ତାହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି।

03/08/2020

Leave a Reply

Your email address will not be published. Required fields are marked *

Comments