Bikash Khabar
ନିଜ ଖର୍ଚ୍ଚରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା

 ଅଭାବ ଅନଟନରେ ଥାଇ ମଧ୍ୟ କରୋନା ସଂକଟ ସମୟରେ ସମାଜସେବାକୁ ବାର୍ତ୍ତା ଦେବାକୁ ଭୁଲି ନାହାନ୍ତି ବାଲିପଡ଼ା ଗ୍ରାମ ଭୋଇସାହିର ପ୍ରଶାନ୍ତ ଭୋଇ। ନିଜ ଖର୍ଚ୍ଚରେ ସେ ୱାଲ ପେଣ୍ଟିଂ ମାଧ୍ୟମରେ ସଚେତନତା ଜାରି ରଖିଛନ୍ତି। ପ୍ରାୟ ୩୦ରୁ ଅଧିକ ସ୍ଥାନରେ ସଚେତନତାମୂଳକ ପେଣ୍ଟିଂ ଲଗାଇଛନ୍ତି। ସେ ୧୯୯୨ ମସିହାରେ ଟେରାକୋଟା ଶିଳ୍ପୀ ଭାବରେ ପ୍ରଶିକ୍ଷିତ ହୋଇ ବିନା ମୂଲ୍ୟରେ କଟକ ଖୋର୍ଦ୍ଧା ଜିଲାର ଅନେକ ବିଦ୍ୟାଳୟରେ ଟେରାକୋଟା, ଚିତ୍ରାଙ୍କନ, ମାଟି ଭୂମି ପ୍ରତିମୂର୍ତ୍ତି ନିର୍ମାଣ ଆଦି ବିଭିନ୍ନ କାର୍ୟ୍ୟ କରିବା ସହିତ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗରେ ଇନ୍ଦ୍ରଧନୁ କାର୍ୟ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ ଦିବ୍ୟାଙ୍ଗ ପିଲାମାନଙ୍କୁ ତାଲିମ ଦେବା କାର୍ୟ୍ୟ ଜାରି ରଖିଛନ୍ତି। ତାଙ୍କର ଏପରି ମହନୀୟ କାର୍ୟ୍ୟ ପାଇଁ ସନ୍ଥ ବାହୁଡ଼ା ଭୋଇ ସମାଜ ବିକାଶ ପରିଷଦ ପକ୍ଷରୁ ବାହୁଡା ସମ୍ମାନରେ ସମ୍ମାନିତ କରାଯାଇଛି। ନନ୍ଦନକାନନ ଦଧିବାମନ ବିଦ୍ୟାଳୟ ସମେତ ବହୁ ବିଦ୍ୟାଳୟ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି।

06/05/2020

Leave a Reply

Your email address will not be published. Required fields are marked *

Comments