Bikash Khabar
ସରିଲା ପ୍ରସ୍ତୁତି,୨୩ ସକାଳ ୮ ରୁ ୬୩ କେନ୍ଦ୍ରରେ ହେବ ଭୋଟ ଗଣନା

 ମଝିରେ ଆଉ ଗୋଟିଏ ଦିନ ,୨୩ ତାରିଖ ଗୁରୁବାର ସକାଳ ୮ଟାରୁ  ଉଭୟ ଲୋକସଭା ଟି ରାଜ୍ୟର ବିଧାନ ସଭା  ନିର୍ବାଚନର ଭୋଟ ଗଣତି  ଆରମ୍ଭ ହେବ ଆମ ରାଜ୍ୟରେ  ୬୩ଟି କେନ୍ଦ୍ରରେ ଭୋଟ ଗଣତି କରାଯିବ ପ୍ରଥମେ ପୋଷ୍ଟାଲ୍ବାଲଟର ଗଣତି ହେବ।ପୋଷ୍ଟାଲ ଭୋଟ ଚଳିତ ଥର ଏକଲକ୍ଷ ସଂଖ୍ୟକ ହୋଇଛି ଏହାର ୩୦ ମିନିଟ୍ ପରେ ଇଭିଏମ୍ ଗଣନା ଆରମ୍ଭ ହେବ ପୋଷ୍ଟାଲ୍ବାଲାଟ ଇଭିଏମ୍ପରେ ଟି  ଭିଭିପାଟ ସହିତ ମେଳକରାଯିବ  ଏହି ପ୍ରକ୍ରିୟାରେ ଗଣତି ଆରମ୍ଭ ହେବାକୁ ଥିବା ବେଳେ ସମ୍ବଲପୁର ଜିଲାର ଫଳାଫଳ ପ୍ରଥମେ ପ୍ରକାଶ ପାଇବ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।ସମ୍ବଲପୁର ରେ ୧୯   ଟି ରାଉଣ୍ଡ ରେ ନିର୍ବାଚନୀ ଫଳ ପ୍ରକାଶ ପାଇବ 

ସିଇଓଙ୍କ ସୂଚନା ଅନୁଯାୟୀ, ଗୋଟିଏ ହଲରେ ମୋଟ୍ ୧୪ଟି ଟେବୁଲ୍ରେ ଭୋଟ୍ଗଣନା କରାଯିବ ୭ଟି ଟେବୁଲ୍ଲୋକସଭା ପାଇଁ ୭ଟି ଟେବୁଲ୍ବିଧାନସଭା ପାଇଁ ରହିବ ଗୋଟିଏ ଟେବୁଲରେ ତିନି ଜଣ ଲେଖାଏଁ ଅଧିକାରୀ ଏବଂ ଜଣେ ଜଣେ ମାଇକ୍ରୋ ଅବଜରଭର  ରହିବେ ନିର୍ବାଚନ କମିଶନଙ୍କ ଅନୁମତିରେ ୪୧୧ଟି  ଅତିରିକ୍ତ ଟେବୁଲ୍ବ୍ୟବସ୍ଥା କରାଯାଇଛି  ରାଜ୍ୟରେ ମୋଟ୍୨୪୬୨ଟି ଟେବୁଲ୍ରେ ଭୋଟ ଗଣନା କରାଯିବ

21/05/2019

Leave a Reply

Your email address will not be published. Required fields are marked *

Comments