Bikash Khabar
ପ୍ଲାଷ୍ଟିକକୁ ଟକ୍କର ଦେବ ବାଉଁଶ,ତିଆରି ହୋଇପାରୁଛି ବହୁବିଧ ଘରକରଣା ଦ୍ରବ୍ୟ

ପ୍ଳାଷ୍ଟିକକୁ ଟକ୍କର ଦେବ ବାଉଁଶ ପ୍ଳାଷ୍ଟିକ ନିର୍ମିତ ଉପକରଣର ବହୁଳ ବ୍ୟବହାର ଫଳରେ ବାଉଁଶରେ ନିର୍ମିତ ଉପକରଣ ଚାହିଦା କମିବା ସାଙ୍ଗକୁ କାରିଗରମାନେ ନିଜର ଜୀବିକା ହରାଇ ବସିଥିଲେ କିନ୍ତୁ ସରକାର ପ୍ଳାଷ୍ଟିକ ସାମଗ୍ରୀ ଉପରେ କଟକଣା ଲଗାଇବା ପରେ ପୁଣି ବାଉଁଶର ଚାହିଦା ବଢୁଛି ଆଉ ଏହି ଚାହିଦାକୁ ବଢାଇବା ପାଇଁ କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର ଧଳପୁରଠାରେ ଜୟପୁର ବନ ବିଭାଗ ଖୋଲିଛି ରାଜ୍ୟର ପ୍ରଥମ ବାଉଁଶ କାରିଗରିଶାଳା ସୋଫାସେଟ, ପଲଙ୍କ, ଚେୟାର ଟେବୁଲ ସାଙ୍ଗକୁ ସୁନ୍ଦର ସୁନ୍ଦର, ଘରୋଇ ଉପକରଣ, ସାଜସଜା ସାମଗ୍ରୀ ସବୁ କିଛି ଚିରସ୍ଥାୟୀ ମଜବୁତ କମ ଦାମରେ ଉପଲବ୍ଧ ବନ ସୁରକ୍ଷା ସମିିିତି ଦ୍ୱାରା ପରିଚାଳନା ହେଉଥିବା ଏହି କର୍ମଶାଳାରେ ବିଭିନ୍ନ ଅଞ୍ଚଳର ଆଦିବାସୀ ଯୁବକ ମହିଳାମାନେ ଉନ୍ନତ ମାନର ବାଉଁଶ କାରିଗରି ଶିକ୍ଷା ନେବା ସହ ଆଧୁନିକ ପ୍ରଣାଳୀରେ କମ ଖର୍ଚ୍ଚ ପରିଶ୍ରମରେ ବିଭିନ୍ନ ପ୍ରକାର ଉପକରଣ ତିଆରି ପାରୁଛନ୍ତି ଅବୈଧ ଭାବେ କଟାଯାଉଥିବା ଜଙ୍ଗଲର ସୁରକ୍ଷା ସାଙ୍ଗକୁ ଗାଁ ଗାଁରେ ଦାଦନ ଖଟିବା ପାଇଁ ଯାଉଥିବା ଶ୍ରମିକମାନେ ରୋଜଗାରର ବାଟ ପାଇପାରିଛନ୍ତି ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ କାମ ହେଉଥିବାବେଳେ ଅଧିକ ବର୍ଷ ପର୍ଯ୍ୟନ୍ତ ବାଉଁଶ ନିର୍ମିତ ସାମଗ୍ରୀ ରହିବା ପାଇଁ ତାକୁ ଟ୍ରିଟମେଟଂ ମଧ୍ୟ କରାଯାଉଛି ବୋଲି ବନ ସୁରକ୍ଷା ସମିତିର ଅଧ୍ୟକ୍ଷ କହିଛନ୍ତି ତେବେ ଏହି କର୍ମଶାଳା ଖୋଲିବାର ମାସ ଭିତରେ ୩୦ ରୁ ଅଧିକ ଆଦିବାସୀ ଯୁବକ ଏହି କୌଶଳ ଶିଖି କାମ କରୁଥିବାବେଳେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଉପକରଣକୁ ନେଇ ବାହାରେ ବିକ୍ରି କରି ଲାଭବାନ ହୋଇପାରିଛନ୍ତି ଭିନ୍ନ ଭିନ୍ନ ନୁଆ ଡ଼ିଜାଇନ ପାଇଁ ଆସାମ କଲିକତାରୁ କାରିଗର ଆସି ଏହି ଲୋକଙ୍କୁ ତାଲିମ ଦେବାର ବ୍ୟବସ୍ଥା ମଧ୍ୟ କରାଯାଉଛି

08/01/2020

Leave a Reply

Your email address will not be published. Required fields are marked *

Comments